ହସ୍ପିଟାଲରୁ ସିଧାସଳଖ ଶ୍ମଶାନରେ ପହଞ୍ଚିଲା ସିଦ୍ଧାର୍ଥ ଶୁକ୍ଲାଙ୍କ ପାର୍ଥୀବ ଶରୀର, ଆଉ କିଛି ସମୟ ପରେ ଆରମ୍ଭ ହେବ ଶେଷ କୃତ୍ୟ
Khabar Odisha:Sidhart-Shukla-Funeral-Rituals-Starts

ମୁମ୍ବାଇ, ସେପ୍ଟେମ୍ବର ୩ (ଖବର ଓଡ଼ିଶା): ମୁମ୍ବାଇ ଓସିବାରା ଶ୍ମଶାନ ଘାଟରେ ପହଞ୍ଚିଲା ସିଦ୍ଧାର୍ଥ ଶୁକ୍ଲାଙ୍କ ପାର୍ଥୀବ ଶରୀର । କୁପର ହସ୍ପିଟାଲରୁ ସିଧାସଳଖ ଶ୍ମଶାନ କୁ ନିଆଯାଇଛି ସିଦ୍ଧାର୍ଥଙ୍କ ପାର୍ଥୀବ ଶରୀର ।

ଆଉ କିଛି ସମୟ ମଧ୍ୟ ବ୍ରହ୍ମକୁମାରୀ ରୀତିନୀତିରେ ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷ କୃତ୍ୟ ଆରମ୍ଭ ହେବ ବୋଲି ସୂଚନା ରହିଛି । ତେବେ ଶ୍ମଶାନରେ ଶେଷ ଦର୍ଶନ ପାଇଁ ସିଦ୍ଧାର୍ଥଙ୍କ ପ୍ରଶଂସକ ଓ ପ୍ରୀୟଜନଙ୍କ ଭିଡ ଦେଖିବାକୁ ମିଳିଛି ।

ସମସ୍ତ କରୋନା କଟକଣା ମଧ୍ୟରେ ସିଦ୍ଧାର୍ଥଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି । ଅନ୍ୟପଟେ ସିଦ୍ଧାର୍ଥଙ୍କ ଶେଷ ଦର୍ଶନ କରିବା ପାଇଁ ବହୁ ବଡ ବଡ ଟେଲିଭିଜନ ତାରକା ମଧ୍ୟ ଓସିବାରା ଶ୍ମଶାନରେ ପହଞ୍ଚିଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment