ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଠାରୁ ଅଧିକ ଥିଲା ସିଦ୍ଧାର୍ଥ ଓ ଶହନାଜଙ୍କ ସମ୍ପର୍କ- ରାହୁଲ ମହାଜନ
Khabar Odisha:Siddhartha-and-Shahnajs-relationship-was-more-than-a-husband-wife-relationship---Rahul-Mahajan
ନୂଆଦିଲ୍ଲୀ, ସେପ୍ଟେମ୍ବର 5(ଖବର ଓଡ଼ିଶା):

 ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଘଟଣାରେ ଅଧିକ ଭାଙ୍ଗି ପଡ଼ିଛନ୍ତି ତାଙ୍କର ବନ୍ଧୁ ଶହନାଜ ଗିଲ୍ ଏପରିକି ନିଜକୁ ନିଜେ ସମ୍ଭାଳିବା ତାଙ୍କ ପାଖରେ ବର୍ତ୍ତମାନ କଷ୍ଟକର ହୋଇପଡ଼ିଛି । ଅନେକ ସେଲିବ୍ରେଟିମାନେ ଶହନାଜଙ୍କ ଅବସ୍ଥାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ମନ୍ତବ୍ୟ ଦେଉଥିବା ବେଳେ ଏବେ ରାହୁଲ ମହାଜନ ମଧ୍ୟ କହିଛନ୍ତି ଯେ ଏପରି ସମୟରେ ତାଙ୍କୁ ସାମ୍ନା କରିବା ବହୁତ କଷ୍ଟ ।

ଶହନାଜ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ମୃତ୍ୟୁ ପରେ ଶହନାଜ ତାଙ୍କ ଘରକୁ ଆସି ବହୁତ ଜୋରରେ କାନ୍ଧିଥିଲେ । ଯାହାଙ୍କ ସହ ସେ ପ୍ରତିଦିନ ଝଗଡ଼ା କରୁଥିଲେ ଆଜି ସେ ନାହାନ୍ତି ଏହାକୁ ବିଶ୍ୱାସ କରିପାରୁନଥିଲେ ।

ସେ ଏହା ମଧ୍ୟ କହିଛନ୍ତି “ମୁଁ ଯେତେବେଳେ ତାଙ୍କୁ ବୁଝାଇବା ପାଇଁ ତାଙ୍କ ହାତ କୁ ଧରିଥିଲିି ସେହି ସମୟରେ ସେ ମତେ ଏପରି ଚାହିଁଲେ ମୁଁ ପୁରା ଚୁପ୍ ହୋଇଯାଇଥିଲି । ତାଙ୍କ ଅବସ୍ଥା ଦେଖି ମୁଁ ପୁରା ଡ଼ରି ଯାଇଥିଲି ।”ଏବଂ ସିର୍ଦ୍ଧାଥ ଓ ଶହନାଜଙ୍କ ସର୍ମ୍ପକ କୁ ନେଇ ମଧ୍ୟ ସେ କହିଛନ୍ତି “ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଠାରୁ ମଧ୍ୟ ତାଙ୍କ ସମ୍ପର୍କ ଅଧିକ ଥିଲା”

  • Tags:

Subscribe

National International State Sports Entertainment