କାଳ ହେଲା ହୋଟେଲ ରେଭ୍ ପାଟିରେ ସାମିଲ ହେବା, ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ଗିରଫ ମୁମ୍ବାଇ, ଜୁନ୍ ୧୩(ଖବର ଓଡିଶା): Share story: ମହଙ୍ଗା ପଡ଼ିଲା ଡ୍ରଗ୍ସ ସେବନ। କାଳ ହେଲା ହୋଟେଲ ରେଭ୍ ପାଟିରେ ସାମିଲ ହେବା । ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ଡ୍ରଗ୍ସ ସେବନ କରି ଗିରଫ ହୋଇଛନ୍ତି। ନିଶା ରେ ବୁଡ଼ିରହିଥିବା ସିଦ୍ଧାନ୍ତ କାପୁର ବେଙ୍ଗାଳୁରୁ ପୋଲିସ ଦ୍ୱାରା ଅଟକ ହୋଇଛନ୍ତି। ବେଙ୍ଗାଳୁରୁ ପୋଲିସ ଚେକିଂ ବେଳେ ଡ୍ରଗ୍ସ ସେବନ ଅଭିଯୋଗ ରେ ଅଟକ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ସିଦ୍ଧାନ୍ତ କାପୁର ବେଙ୍ଗାଳୁରୁର ପାର୍କ ହୋଟେଲ ଓ ପବ ପକ୍ଷରୁ ଆୟୋଜିତ ଏକ ଡିଜେ ପାର୍ଟିରେ ଅତିଥି ଭାବେ ଆସିଥିଲେ । ଏହି ସମୟରେ କୌଣସି ସୂତ୍ରରୁ ପୋଲିସ କୁ ସୂଚନା ମିଳିଥିଲା ଯେ ଏହି ପାର୍ଟିରେ ଡ୍ରଗ୍ସ ସେବନ ହେଉଛି । ବେଙ୍ଗାଳୁରୁ ପୋଲିସ ପକ୍ଷରୁ ଏହି ହୋଟେଲକୁ ରେଡ଼ କରିବା ସହିତ ୩୫ ଜଣ ଅତିଥିଙ୍କର ଟେଷ୍ଟ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୬ ଜଣଙ୍କର ପଜିଟିଭ ରିପୋର୍ଟ ଆସିଥିଲା । ଆଉ ୬ଜଣଙ୍କ ମଧ୍ୟରେ ସିଦ୍ଧାନ୍ତଙ୍କର ପଜିଟିଭ ରିପୋର୍ଟ ଆସିଥିଲା । ସିଦ୍ଧାନ୍ତଙ୍କ ସମେତ ଏହି ୬ ଜଣଙ୍କୁ ପୋଲିସ ଡ୍ରଗ୍ସ ସେବନ ଅଭିଯୋଗରେ ଅଟକ ରଖିବା ପରେ ଗିରଫ କରିଛି। ସିଦ୍ଧାନ୍ତ ହେଉଛନ୍ତି ବଲିଉଡ ଅଭିନେତ୍ରି ଶ୍ରଦ୍ଧା କପୁରଙ୍କ ଭାଇ । ସିଦ୍ଧାନ୍ତ ବେଆଇନ ଡ୍ରଗ୍ସ ସେବନ କରିଥିବା ଅଭିଯୋଗ ରେ ଅଟକ ହେବା ପରେ ଏହାକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି । ଖବର ଓଡ଼ିଶା, Reporter, 13/06/2022