ଦର୍ଶକଙ୍କ ମଧ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଉଥ ଅଭିନେତ୍ରୀ ସାମନ୍ଥାଙ୍କ କ୍ରେଜ। ନିଜ ରିଲ ଲାଇଫ ଭଳି ରିଏଲ ଲାଇଫ ପାଇଁ ମଧ୍ୟ ସାମନ୍ଥା ସବୁବେଳେ ଲାଇମଲାଇଟରେ ରହିଥାନ୍ତି । ବିଜୟ ଦେବରକୋଣ୍ଡାଙ୍କ ସହ ଫିଲ୍ମ 'କୁଶି' ରେ ଅଭିନୟ କରିବା ପରେ ନିଜ ସ୍ୱାସ୍ଥାବସ୍ଥା ପାଇଁ ଅଭିନୟରୁ ବିରତି ନେଇଥିଲେ । କିଛି ସମୟର ବିରତି ପରେ ସାମନ୍ଥା ପୁଣିଥରେ କମବ୍ୟାକ କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ, ଅଭିନେତ୍ରୀ ସାମନ୍ଥା ବଲିଉଡ୍ ର ଭାଇଜାନ ସଲମାନ ଖାନଙ୍କ ସହ ବଲିଉଡ ରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ଏପର୍ଯ୍ୟନ୍ତ ଫିଲ୍ମର ଟାଇଟେଲ ଘୋଷଣା କରାଯାଇନଥିବା ବେଳେ ସଲମାନ ଖାନଙ୍କ ସହ ସାମନ୍ଥାଙ୍କ ସ୍କ୍ରିନ ସେୟାର କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଏହି ଫିଲ୍ମଟି କରନ ଜୋହରଙ୍କ ପ୍ରଡକ୍ସନ ହାଉସ 'ଧର୍ମା ପ୍ରଡକ୍ସନ' ରେ ତିଆରି କରାଯିବ । ଏଥିରେ ଫିଲ୍ମରେ ପ୍ରସିଦ୍ଧ ସାଉଥ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବଂ ତ୍ରିଶାଙ୍କୁ ମଧ୍ୟ ଦେଖିବାକୁ ମିଳିବ କୁହାଯାଉଛି।
ଦର୍ଶକମାନେ ବିରତି ପରେ ପୁଣିଥରେ ସାମନ୍ଥାଙ୍କୁ ପରଦାରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । ନିକଟରେ ଏହି ଫିଲ୍ମ ବିଷୟରେ ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମରେ ଏକ ସେସନ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ଏହାସହ ସାମନ୍ଥା ତାଙ୍କ ସୁନ୍ଦର ତ୍ୱଚା ବିଷୟରେ ମଧ୍ୟ କହିଛନ୍ତି ।
ଅଧିକ ପଢନ୍ତୁ: ସଲମାନଙ୍କ ସହ କମବ୍ୟାକ କରିବେ ସାମନ୍ଥା