ରିଲିଜ ହେଲା ସାଇନା ନେହୱାଲଙ୍କ ବାୟୋପିକର ଟିଜର
Khabar Odisha:Saina-Nehwals-biopic-teaser-has-been-released
ନୂଆଦିଲ୍ଲୀ, ମାର୍ଚ୍ଚ ୦୪(ଖବର ଓଡିଶା):

ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କ ବାୟୋପିକ ଉପରେ ନିର୍ମାଣ କରାଯାଇଥିବା ଚଳଚିତ୍ରର ଟିଜର ଆଜି ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ପରୀଣତି ଚୋପ୍ରାଙ୍କୁ ସାଇନା ନେହୱାଲ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ପୂର୍ବରୁ ଏହି ଭୂମିକା ନିମନ୍ତେ ଶ୍ରଦ୍ଧା କାପୁର ଚୟନ ହୋଇଥିଲେ । ମାତ୍ର ଶ୍ରଦ୍ଧା ଏହାକୁ ପ୍ରତ୍ୟାଖାନ କରିବା ପରେ ପରୀଣତି ଚୋପ୍ରାଙ୍କୁ ଏହି ସୁଯୋଗ ମିଳିଥିଲା । ଏହି ଟିଜର ରିଲିଜ ହେବା ପରେ ଭାବବ୍ୱିହଳ ହୋଇ ଦେଶର ଜାତୀୟ ପତାକା ସବୁବେଳେ ଉଚ୍ଚାରେ ଉଡୁଥିବାର ସେ ଦେଖିବାକୁ ଚାହାନ୍ତି ବୋଲି ସାଇନା କହିଛନ୍ତି । ଏହି ଚଳଚ୍ଚିତ୍ର ମାର୍ଚ୍ଚ ୨୬ ତାରିଖରେ ରିଲିଜ ହେବ । ସାଇନା ନେହୱାଲ ୨୦୧୨ ଅଲମ୍ପିକରେ ଭାରତ ପାଇଁ ବ୍ରୋଂଚ ମେଡାଲ ଜିତିଥିଲେ । ସେହିପରି ସେ ୨୦୦୬ ରାଜ୍ୟ ଗୋଷ୍ଠୀ କ୍ରିଡାରେ ବ୍ରୋଂଚ ମେଡାଲ ଜିତିଥିଲେ । ୨୦୧୦ ରେ ତାଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନରେ ସନମାନିତ କରାଯାଇଥିଲା ।

  • Tags:

Subscribe

National International State Sports Entertainment