ହୃଦଘାତରେ ମନ୍ଦିରା ବେଦୀଙ୍କ ସ୍ବାମୀ ରାଜ କୌଶଲଙ୍କ ଦେହାନ୍ତ
Khabar Odisha:Raj-Kaushal-husband-of-Mandira-Bedi-died-of-a-heart-attack
ମୁମ୍ବାଇ, ଜୁନ ୩୦ (ଖବର ଓଡ଼ିଶା):

ବୁଧବାର ସକାଳେ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ଦେହାନ୍ତ ହୋଇଛି। ଖବର ଅନୁଯାୟୀ ଆଜି ସକାଳ ୪.୩୦ରେ ହଠାତ୍ ହୃଦଘାତ ହେତୁ ତାଙ୍କ ମୃତ୍ୟୁ ଘଟିଛି। ରାଜ ଜଣେ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ମୃତ୍ୟୁ ପରେ ବଲିଉଡର ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି।

ରାଜ କୌଶଲ ଓ ମନ୍ଦିରା ବେଦୀ ପ୍ରଥମେ ୧୯୬ରେ ମୁକୁଲ ଆନନ୍ଦଙ୍କ ଘରେ ସାକ୍ଷାତ କରିଥିଲେ। ସେତେବେଳେ ମନ୍ଦିରା ସେଠାରେ ଅଡିସନରେ ଦେବାକୁ ଯାଇଥିଲେ । ରାଜ କୌଶଲ ମୁକୁଲ ଆନନ୍ଦଙ୍କ ସହକାରୀ ଭାବରେ କାର୍ଯ୍ୟ କରୁଥିଲେ। ସେଠାରୁ ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିଲା। ଏହା ପରେ ରାଜ କୌଶଲ ଓ ମନ୍ଦିରା ବେଦୀ ୧୪ ଫେବୃଆରୀ ୧୯୯୯ରେ ବିବାହ କରିଥିଲେ।

  • Tags:

Subscribe

National International State Sports Entertainment