ଆସନ୍ତା କାଲି ରିଲିଜ୍ ହେବାକୁ ଯାଉଛି ଭାଇଜାନ୍‌ଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ‘ ରାଧେ- ଦ ମୋଷ୍ଟ ୱାଣ୍ଟେଡ୍ ଭାଇ’
Khabar Odisha:Radhe-The-Most-Wanted-Bhai-Will-Release-on-13th-may

ମୁମ୍ବାଇ, ମେ ୧୨ (ଖବର ଓଡ଼ିଶା): ବଲିଉଡ୍ ର ଭାଇଜାନ୍ ସଲମନ ଖାନ୍ ସବୁ ବର୍ଷ ଇଦ୍ ରେ ନିଜ ଫ୍ୟାନ୍ସ ମାନଙ୍କୁ ଏକ ଫିଲ୍ମର ଉପହାର ଦେଇ ଆସୁଛନ୍ତି । ଚଳିତ ଥର ମଧ୍ୟ ଇଦ୍ ଉପଲକ୍ଷେ ନିଜଫ୍ୟାନ୍ସ ମାନଙ୍କୁ ନିରାଶ କରିବେନି ଭାଇଜାନ୍ । 

ଆସନ୍ତା କାଲି ସଲମାନ୍ ଖାନ୍ ଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ବଡ଼ ଦିନ ହେବାକୁ ଯାଉଛି । କାଲି ତଥା ମେ ୧୩ ରେ ଭାଇଜାନ୍‌ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଚଳିତ ଥର କରୋନା କାରଣୁ ଫିଲ୍ମ ଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ।

ପୂର୍ବରୁ ଫିଲ୍ମ ର ଟିଜର ସହ ଗୀତ ସବୁ ରିଲିଜ୍ ହୋଇଥିଲା ଯାହାକୁ ଦର୍ଶକ ଓ ସିନେପ୍ରେମୀଙ୍କ ମହଲରେ ଖୁବ୍ ଭଲ ରେସ୍ପନ୍ସ ମିଳିଛି । ତେବେ ଓଟିଟି ପ୍ଲାଟଫର୍ମରେ ସଲମାନ ଖାନ୍‌ଙ୍କ ପ୍ରଥମ ମୁଭି ଭାବରେ ‘ରାଧେ’ ରିଲିଜ୍ ହେବାକୁ ଯାଉଛି ଯାହାକୁ ନେଇ ଭାଇଜାନ୍ ଉତ୍ସାହ ଥିବା ସହିତ ଦୁଖଃ ମଧ୍ୟ ପ୍ରକାଶ କରିଛନ୍ତି ।

ଗତ ବର୍ଷ ଇଦ୍ ସମାନ କରୋନା ମହାମାରୀ ଯୋଗୁ ସଲମାନ ଖାନ୍‌ଙ୍କ କୌଣସି ଫିଲ୍ମ ରିଲିଜ୍ କରାଯାଇନଥିଲା ଏବଂ ଗତ ଦୁଇ ବର୍ଷ ମଧ୍ୟରେ ରାଧେ ସଲମାନ ଖାନ୍‌ଙ୍କ ଏକ ମାତ୍ର ଫିଲ୍ମ ଭାବରେ ପରଦାକୁ ଆସିବାକୁ ଯାଉଛି ।

  • Tags:

Subscribe

National International State Sports Entertainment