ଶୁଟିଂ ଚାଲିଥିବା ବେଳେ ଆଘାତପ୍ରାପ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ନିକ୍ ଜୋନାସ୍
Khabar Odisha:Nick-Jonas-was-hospitalized-with-gunshot-wounds-during-the-shooting
ନୂଆଦିଲ୍ଲୀ,ମେ 17(ଖବର ଓଡ଼ିଶା):

ହସ୍ପିଟାଲରେ ଭର୍ତ୍ତି ହେଲେ ନିକ୍ ଜୋନାସ୍ । ଗତ ଶନିବାର ଦିନ ଆମେରିକାରେ ଟେଲିଭିଜନ୍ ରିଏଲିଟି ଶୋ\' 'ଦି ଭଏସ୍‌'ର ଶୁଟିଂ କରୁଥିବା ବେଳେ ନିକ୍ ଜୋନାସ୍ ଆଘାତପ୍ରାପ୍ତ ହୋଇଥିଲେ । ଯାହା ପରେ ତାଙ୍କୁ ଲସ୍ ଆଞ୍ଜେଲିସର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି । ତେଣୁ ତାଙ୍କୁ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ଯାହା ପରେ ସେ ଏବେ ନିଜ ଘରେ ଅଛନ୍ତି ନିକ୍ ବର୍ତ୍ତମାନ ଆମେରିକାରେ ଥିବା ବେଳେ ତାଙ୍କ ପ୍ରିୟଙ୍କା ଚୋପ୍ରା ନିଜର ଶୁଟିଂ ପାଇଁ ଲଣ୍ଡନରେ ଅଛନ୍ତି । ନିକ୍ ମଧ୍ୟ କିଛି ଦିନ ଧରି ପ୍ରିୟଙ୍କାଙ୍କ ସହ ଲଣ୍ଡନରେ ଥିଲେ।

  • Tags:

Subscribe

National International State Sports Entertainment