ଖତରୋ କେ ଖିଲାଡି ରିଲୋଡେଡରେ ନଜର ଆସିବେ ନିଆ ଶର୍ମା
Khabar Odisha:Nia-Sharma-to-be-participate-in-Khatron-Ke-Khiladi-Reloaded
ମୁମ୍ବାଇ, ଜୁନ ୨୨ (ଖବର ଓଡ଼ିଶା):


ନିଆ ଶର୍ମାଙ୍କ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର । ଖୁବଶ୍ରୀଘ୍ର ଛୋଟ ପରଦାକୁ ଫେରୁଛନ୍ତି ନିଆ । ଖତରୋ କେ ଖିଲାଡିର ଦଶମ ସଂସ୍କରଣର ଶେଷ ଅଧ୍ୟାୟ ସରିବା ପରେ ଏହାର ନିର୍ମାତା ମାନେ ଖତରୋ କେ ଖିଲାଡି ରିଲୋଡେଡ ଆରମ୍ଭ କରିବାର ଯୋଜନା କରିଥିଲେ ।


ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଏହି ସୋର ସୁଟିଙ୍ଗ ଥାଇଲାଣ୍ଡରେ ହେବାର ଯୋଜନା କରାଯାଇଥିଲା କିନ୍ତୁ ମହାମାରୀ କରୋନା ଯୋଗୁଁ ଏହି ସୋ ର ସୁଟିଙ୍ଗ ବାତିଲ ହୋଇଯାଇଥିଲା । ପରେ ନିର୍ମାତାମାନେ ଏହାର ସୁଟିଙ୍ଗ ମୁମ୍ବାଇର ଫିଲ୍ମ ସିଟି ମଧ୍ୟରେ କରିବେ ବୋଲି ଯୋଜନା କରିଛନ୍ତି । 


ଏହି ସୋ ରେ ରଶ୍ମି ଦେଶାଇ, କରିସ୍ମା ତନ୍ନା, କରନ ୱାହି, ନିଆ ଶର୍ମା ଆଦି କଳାକାର ଅଂଶ ଗ୍ରହଣ କରିବେ ।

  • Tags:

Subscribe

National International State Sports Entertainment