ଦଶହରାର ମାହୋଲ କୁ ଆହରି ସରଗରମ କରିବା ପାଇଁ ମାର୍କେଟ କୁ ଆସୁଛି ଏକ ନୂଆ ସିନେମା ଦୁର୍ଗା । ଗୋଟେ ଝିଅ ର ଜୀବନ କେମିତି ତ୍ୟାଗ ପୁର୍ଣ ହୋଇଥାଏ ତାହାରି ଉପରେ ବ୍ୟାଖ୍ୟା କରିବ ଏହି ଚଳଚିତ୍ର। ସାଧାରଣତଃ ସମାଜରେ ନାରୀର ଭୂମିକା ଅସଂଖ୍ୟ ହୋଇଥିଲେ ମଧ୍ୟ ସବୁବେଳେ ସେ ଅବହେଳିତ ଏବଂ ଦୁର୍ବଳ ଭାବରେ ବିବେଚିତ ହୋଇଥାଏ । ସେହିପରି ଏହି ଚଳଚିତ୍ର ରେ ଗୋଟେ ନାରୀର ଜୀବନର ଦର୍ଶନ କୁ ପ୍ରତିପାଦିତ କରାଯାଇଛି। କେବଳ ଦୁର୍ଗା ତାହା ନୁହେଁ ଅନ୍ୟ ୪ ଟି ଚଳଚିତ୍ର ଦୁର୍ଗାପୂଜାରେ ମୁକ୍ତିଲାଭ କରିବାକୁ ଯାଉଥିବାବେଳେ, ଆସନ୍ତା ୯ ରେ ମୁକ୍ତିଲାଭ କରିବ ଦୁର୍ଗା। ରାଜ୍ୟରେ ଫିଲ୍ମ ହଲ ର ଅଭାବ ଯୋଗୁ ଅନେକ ଘାତ ପ୍ରତିଘାତ କୁ ସାମ୍ନା କରି ପୁରୀରେ ଏହି ଚଳଚିତ୍ର ନିଆରା ଢଙ୍ଗରେ ରିଲିଜ ହେବାକୁ ଯାଉଛି । ଓଡ଼ିଆ ଚଳଚ୍ଚିତ୍ରର ପିତା କୁହାଯାଉଥିବା ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଜନ୍ମମାଟି ପୁରୀ ଟାଉନ ହଲଠାରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବ । ଓଡ଼ିଆ ଚଳଚ୍ଚିତ୍ରର ପିତା କୁହାଯାଉଥିବା ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଜନ୍ମମାଟି ପୁରୀ ଟାଉନ ହଲଠାରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବପୁରୀ ଟାଉନ ହଲରେ ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ୩ଟି ସୋ'ରେ ଚଳଚ୍ଚିତ୍ର ଚାଲିବ। ୧୮ ତାରିଖ ପରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।
ଏହି ଚଳଚ୍ଚିତ୍ରଟି ଅଭିନେତ୍ରୀ ପୁନମଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ବିପକ୍ଷରେ ଦୁଇ ଅଭିନେତା ଅଭିଷେକ ଗିରି ଓ ରାଜ ରାଜେଶଙ୍କୁ ଦେଖିବାକୁ ମିଳିବ। ଅନସ୍ମିଶ ପ୍ରଡକ୍ସନ ବ୍ୟାନରରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବାବେଳେ ପ୍ରଯୋଜକ ରହିଛନ୍ତି ପ୍ରୀତମ ସାହୁ। ନିର୍ଦ୍ଦେଶକ ତାପସ ସରଗରିଆ ରହିଥିବାବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଗୀତକୁ ଶବ୍ଦରେ ସଜେଇଛନ୍ତି ଗୀତିକାର ନିର୍ମଳ ନାୟକ। ଅନ୍ୟ ଭୂମିକାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଇଷା, ହରିହର ମହାପାତ୍ର, ଶକ୍ତି ବରାଳଙ୍କ ଭଳି ଅନେକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ । ତେବେ ଅଭିନେତ୍ରୀ ଇଷା ତଲବାର ଓ ହରିହର ମହାପାତ୍ର ଏଥିରେ ଆଇନୀଜୀବୀ ଭୂମିକାରେ ନଜର ଆସିବେ।
ସମାଜରେ ଜଣେ ନାରୀ କିପରି ଅବହେଳିତ ଏବଂ ନିଷ୍ପେସିତ ତାହା ଏହି ଚଳଚିତ୍ରରେ ବର୍ଣନା କରାଯାଇଛି । ନିଛକ ସତ ଘଟଣାର ଆଧାରରେ ନିର୍ମିତ ଏହି ସିନେମା ରେ ଭାରି ରହିଛି ମାଟିର ବାସ୍ନା। ଏହା କେବଳ ମନୋରଞ୍ଜନ ଭିତିକ ଚଳଚିତ୍ର ହେବ ନାହିଁ ବରଂ ଏହା ସବୁ ନାରୀଙ୍କ ନିଜ କଥା କୁ ବ୍ୟାଖ୍ୟା କରିବ। ତେବେ କାହିଁକି ଦୁର୍ଗା ମାଙ୍କ ଆରାଧନା ପରେ କାହିଁକି ତାଙ୍କୁ ବିସର୍ଜନ କରାଯାଏ ତାହା ଏହି ଚଳଚିତ୍ରରେ ଦେଖିବାକୁ ମିଳୁଥିବା ବେଳେ, ଏହା ଚଳଚିତ୍ରକୁ ଆହୁରି ଆକୃଷ୍ଟ କରିବା ସହିତ ଜନ ଆଦୃତ ହେବ ବୋଲି କହିଛନ୍ତି ଚଳଚିତ୍ର ର ପ୍ରଯୋଜକ ପ୍ରିତମ ସାହୁ ।