ଅରୁଣ ଜେଟଲୀଙ୍କ ଦେହାନ୍ତ ଶୋକରେ ବୁଡ଼ିଲା ବଲିଉଡ଼ ଜଗତ
Khabar Odisha:National-Odisha-Arun-jaitley-passes-away-in-delhi-bollywood-celebrities-reaction
ନୂଆଦିଲ୍ଲୀ, ଅଗଷ୍ଟ ୨୪(ଖବର ଓଡ଼ିଶା):

ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଆଜି ଦେହାନ୍ତ ହୋଇଛି । ଅରୁଣ ଜେଟଲୀଙ୍କ ବିୟୋଗ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କ ବିୟୋଗରେ ଆଜି ଅନିଲ କପୁର, ଅଦନାନ ସାମୀଙ୍କ ସମେତ ବହୁ ବଲିଉଡ଼ ତାରକା ଶୋକ ପ୍ରକାଶ କରିଛନ୍ତି ।

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମୃତ୍ୟୁ ସହ ସଂଗ୍ରାମ କରି ଚିକିତ୍ସାଧିନ ଅବସ୍ଥାରେ ଆଜି ଦିଲ୍ଲୀ ଏମ୍ସରେ ଦିନ ୧୨ଟା ୦୭ମିନିଟରେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୬ବର୍ଷ ହୋଇଥିଲା । ଅଗଷ୍ଟ ୯ରୁ ସେ ଏମ୍ସରେ ଚିକିତ୍ସାଧିନ ଥିଲେ । ଅରୁଣ ଜେଟଲୀଙ୍କ ନିଧନରେ ବିୟୋଗରେ ଆଜି ରାଜନେତାଙ୍କ ସହ ଅନିଲ କପୁର, ଅଦନାନ ସାମୀଙ୍କ ସମେତ ବହୁ ବଲିଉଡ଼ ତାରକା ଶୋକ ପ୍ରକାଶ କରିଛନ୍ତି । ରିତେଶ ଦେଶମୁଖ ଟ୍ୱିଇଟ କରି ଶୋକ ପ୍ରକାଶ କରିଛନ୍ତି ।

ଅରୁଣ ଜେଟଲୀଙ୍କ ବିୟୋଗରେ ରିତେଶ ଦେଶମୁଖ ଓ ଅଗୁଲ ପନାଗ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ଆଗକୁ ବଢିବାରେ ସାହାସ ମିଳୁ ବୋଲି ଟ୍ୱିଇଟ କରିଛନ୍ତି । ଅଭିନେତା ଅନିଲ କାପୁର ଅରୁଣ ଜେଟଲୀଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରବା ସହ ସେ ଜେଟଲୀଙ୍କୁ ଦେଖାହେବା ପରେ ତାଙ୍କ ପ୍ରଂସଶକ ଭାବେ ୨୦ବର୍ଷ ବିତିଯାଇଛି ଏବଂ ତାଙ୍କ ନିଧନ ଦେଶ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି । ଗାୟକ ଅଦନାନ ସାମୀଙ୍କ ସହ ଅନେକ ବଲିଉଡ଼ ତାରକା ମଧ୍ୟ ଅରୁଣ ଜେଟଲୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

  • Tags:

Subscribe

National International State Sports Entertainment