ଭାରତରୁ ପ୍ରଥମ ଓସ୍କାର ବିଜୟିନୀ ଭାନୁ ଅଥୟିଆଙ୍କ ୯୧ ବର୍ଷ ବୟସରେ ପରଲୋକ
Khabar Odisha:Nation-Oscar-winning-costume-designer-Bhanu-Athaiya-dies-film-industry-mourns-loss

ନୂଆଦିଲ୍ଲୀ, ଅକ୍ଟୋବର ୧୬ (ଖବର ଓଡ଼ିଶା): କଷ୍ଟମ ଡିଜାଇନର ତଥା ଭାରତରୁ ପ୍ରଥମ ଓସ୍କାର ପୁରସ୍କାର ବିଜୟିନୀ ଭାନୁ ଅଥୟିଆଙ୍କ ୯୧ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଯାଇଛି । ଭାନୁ ୧୯୮୩ ମସିହାରେ ‘ଗାନ୍ଧୀ’ ପାଇଁ ଓସ୍କାର ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କର ପରଲୋକ ଫିଲ୍ମ ଇଣ୍ଡଷ୍ଟ୍ରିଜ ପାଇଁ ବଡ଼ କ୍ଷତି ବୋଲି ଫ୍ୟାସନ ଡିଜାଇନର ନୀତା ଲୁଲା କହିଛନ୍ତି । ନୀତା କହିଛନ୍ତି, ଭାନୁଙ୍କ ପରଲୋକ କଷ୍ଟମ ଇଣ୍ଡଷ୍ଟ୍ରିଜ ପାଇଁ ବଡ଼ଧରଣର କ୍ଷତି । 

ଡନି ବୋଏଲଙ୍କ ୨୦୦୮ରେ ଓସ୍କାର ପୁରସ୍କାର ପ୍ରାପ୍ତ ସ୍ଲମଡଙ୍ଗ ମିଲିନିୟରିର ସାଉଣ୍ଡ ଡିଜାଇନର ରେସୁଲ ପୁକୁଟ୍ଟି କହିଛନ୍ତି, ଭାରତର ପ୍ରଥମ ଓସ୍କାର ପୁରସ୍କାର ବିଜୟିନୀ ଆଉ ନାହାନ୍ତି । ତାଙ୍କର ମୃତ୍ୟୁକୁ ବିଶ୍ୱାସ କରି ହେଉନାହିଁ । ତାଙ୍କର ଆତ୍ମାକୁ ଈଶ୍ୱର ଶାନ୍ତି ଦିଅନ୍ତୁ, ଏହା ପ୍ରାର୍ଥନା କରୁଛି । 

ଓସ୍କାର ବ୍ୟତୀତ ଭାନୁ ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନର ଭାବେ ବେଫଟା ପୁରସ୍କାର ପାଇଥିଲେ । ଏହି ପୁରସ୍କାର ସେ ଫିଲ୍ମ ‘ଗାନ୍ଧୀ’ ପାଇଁ ପାଇଥିଲେ । ସେହିଭଳି ଲେକିନ (୧୯୯୧) ଓ ଲଗାନ (୨୦୦୧)ରେ ଜାତୀୟ ପୁରସ୍କାର ପାଇଥିଲେ । ସେ ୧୯୫୬ ମସିହାରେ ଗୁରୁଦତ୍ତଙ୍କ ସୁପରହିଟ ସିଆଇଡି ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ । ତା’ପରଠାରୁ ସେ ଆଉ ପଛକୁ ଫେରି ନାହାନ୍ତି । ସେ ୧୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ । 

    

 

  • Tags:

Subscribe

National International State Sports Entertainment