ନୂଆଦିଲ୍ଲୀ, ମେ ୧୮ (ଖବର ଓଡ଼ିଶା): ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲ ଅନେକ କ୍ଷେତ୍ରରେ ଭାରତର ନାଁରେ ରହିବ । ପ୍ରସିଦ୍ଧ ଫିଲ୍ମ ସମାରୋହରେ ପ୍ରଥମ ଥର ପାଇଁ ଭାରତକୁ ‘କଣ୍ଟ୍ରି ଅଫ୍ ଅନ୍ର’ ସମ୍ମାନ ମିଳିବ । ଏଥର ଏଠାରେ ଭାରତୀୟ କଳା ସଂସ୍କୃତିର ଝଲକ ମଧ୍ୟ ଦୃଶ୍ୟମାନ ହେବ । ଏହି ଫିଲ୍ମ ଫେଷ୍ଟିଭାଲର ଇତିହାସରେ ପ୍ରଥମ ଥର କୌଣସି ଦେଶକୁ ‘କଣ୍ଟ୍ରି ଅଫ୍ ଅନର’ ଆନୁଷ୍ଠାନିକ ଭାବେ ମିଳୁଛି ଏବଂ ଏହି ସମ୍ମାନ ଭାରତ ପାଇଁ ଆସିଛି । ଭାରତ ଓ ଫ୍ରାନ୍ସ ମଧ୍ୟରେ କୁଟନୈତିକ ସଂପର୍କକୁ ୭୫ ବର୍ଷ ଅବସରରେ ଏହି ସମ୍ମାନ ମିଳୁଛି ।
କାନ୍ସ ଫେଷ୍ଟିଭାଲ ୭୫ ବର୍ଷରେ ପଦାର୍ପଣ କରିଛି । ଏଥର ଏହି ପ୍ରତିଷ୍ଠିତ ସମାରୋହରେ ‘ୱାର୍ଲ୍ଡ ପ୍ରୀମିୟର’ରେ ଆର ମାଧବନଙ୍କ ଫିଲ୍ମୀ ‘ରାକେଟରୀ’କୁ ପ୍ରଦର୍ଶିତ କରିବା ପାଇଁ ଚୟନ କରାଯାଇଛି । ଏ ଆର ରହମାନ, ଶେଖର କପୂର, ରିକି କେଜ କାନ୍ସ ରେଡ କାର୍ପେଟରେ ଚାଲିଥିବା ହସ୍ତୀଙ୍କ ମଧ୍ୟରେ ସାମିଲ ହୋଇପାରିଛନ୍ତି । ଏହା ବ୍ୟତୀତ ନୱାଜୁଦ୍ଦୀନ ସିଦ୍ଦୀକୀ, ପ୍ରସୂନ ଯୋଶୀ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କାନ୍ସରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ କରୁଛନ୍ତି । ଦୀକିକା ପାଦୁକୋଣ ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ଭାବେ ଅଂଶଗ୍ରହଣ କରୁଛନ୍ତି ।