ମୁମ୍ବାଇ : ଗୋଧ୍ରା ଟ୍ରେନ ପୋଡି ଘଟଣା ଉପରେ ନିର୍ମିତ ସାବରମତି ରିର୍ପୋଟ ଫିଲ୍ମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫିଲ୍ମଟି ଗୋଟିଏ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ସୋସିଆଲ ମିଡିଆ ଏକ୍ସରେ ଜଣେ ୟୁଜର୍ସର ଟୁଇଟକୁ ରି-ଟୁଇଟ କରି ଲେଖିଛନ୍ତି ସତ୍ୟ ଏବେ ସାମ୍ନାକୁ ଆସିଲା । ଏହା ବହୁତ ଭଲ କଥା । ଏହି ମୁଭିଟ ଏଭଳି ଭାବେ ନିର୍ମାଣ କରାଯାଇଛି ଯାହାକୁକି ସାଧାରଣ ଜନତା ଦେଖିପାରିବେ । ମିଛ ହୁଏତ କାଏମ ରହିପାରେ କିନ୍ତୁ ସତ୍ୟ ଦିନେ ନା ଦିନେ ସାମ୍ନାକୁ ଆସେ ।
ତେବେ ‘ସାବରମତୀ ରିର୍ପୋଟ’ ତିନି ଦିନ ପୂର୍ବେ ରିଲଜ ହୋଇଥିଲା ଅର୍ଥାତ ନଭେମ୍ବର ୧୫ ତାରିଖରେ ରିଲଜ ହୋଇଥିଲା । ଏଥିରେ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମେସି ଅଭିନୟ କରିଛନ୍ତି । ବିକ୍ରାନ୍ତ ମେସି ଏହି ଫିଲ୍ମ କରିବା ପରେ ତାଙ୍କ ଧମକ ମିଳୁଥିଲା ବୋଲି ସେ ଅଭିଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଟୁଇଟରେ ରି-ଟୁଇଟ କରିଛନ୍ତି ସେ ହେଉଛି ଜଣେ ସାମ୍ବାଦିକ ଯେଉଁ ଥିରେ ସେ ଲେଖିଥିଲେ ଏହି ମୁଭିଟି ଗୋଟିଏ ସତ୍ୟ ଘଟଣା ଉପରେ ଆଧାରି ଯାହାକୁ ନିଶ୍ଚିନ୍ତ ଦେଖିବା କଥା । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ-କଶ୍ମୀର ଫାଇଲ୍ସ ଏବଂ ଆର୍ଟିକଲ-370 ଫିଲ୍ମକୁ ପ୍ରଶଂସା କରିଥିଲେ ।