ଏବେ ସୁସ୍ଥ ଅଛନ୍ତି ମିଥୁନ ଦା'... Khabar Odisha : 12/02/2024 Share story: ମିଥୁନ୍ ଚକ୍ରବର୍ତ୍ତୀଙ୍କ ସ୍ଵାସ୍ଥ ଏବେ ଭଲ ଅଛି ବୋଲି ଡାକ୍ତରଖାନା କହିଛନ୍ତି । ତାଙ୍କର ଡାକ୍ତରଖାନାରେ ଅନ୍ୟାନ୍ୟ ଡାକ୍ତରୀ ପରୀକ୍ଷା ସହିତ ଏମଆରଆଇ କରାଯାଇଛି । ଭେଟେରାନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିଛି ଏବଂ ସେ ବହୁତ ସ୍ଥିର ଅଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ରବିବାର ଦିନ ଜଣେ ଅଧିକାରୀଙ୍କ ଉଦ୍ଧୃତ ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ, 73 ବର୍ଷୀୟ ମିଥୁନଙ୍କୁ ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଶନିବାର କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମିଥୁନ ଚକ୍ରବର୍ତ୍ତୀ ଡାକ୍ତରଙ୍କ ସହ କଥାବାର୍ତ୍ତା କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ। ମିଥୁନଙ୍କୁ ବ୍ରେନ ଷ୍ଟୋକ ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ମିଥୁନଙ୍କ ଚିକିତ୍ସା ଜାରି ରଖିଛନ୍ତି। ବର୍ତ୍ତମାନ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି। କିନ୍ତୁ ଏବେ ବି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତନତନ କରି ଧ୍ୟାନ ରଖାଯାଇଛି। ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ସମୟ ଲାଗିବ। ଏହି ଖବରଟି ଜାଣିବା ପରେ ଏବଂ ମିଥୁନଙ୍କୁ ହସୁଥିବା ଦେଖି ଫ୍ୟାନ୍ସମାନେ ଖୁସି ହୋଇଯାଇଛନ୍ତି। Mithun Chakraborty Ayesha Debnath, Author, 12/02/2024