ବିରାଟ କୋହଲି, ଶ୍ରେୟସ ଆୟରଙ୍କ ଲଢ଼ୁଆ ଶତକ ପରେ ମହମ୍ମଦ ସାମିଙ୍କ ଘାତକ ବୋଲିଂରୁ ମିଳିଥିବା ୭ ୱିକେଟ୍ ସଫଳତା ସମସ୍ତଙ୍କୁ ‘ତିନ୍ କା ଦମ୍’ ଦେଖେଇଛନ୍ତି । ଭାରତର ଚମତ୍କାର ପ୍ରଦର୍ଶନ ପାଇଁ ଭାରତ ଏବେ ବିଜୟ ମୁକୁଟ ପିନ୍ଧି ପାରିଛି । ସାମିଙ୍କ ଜବରଦସ୍ତ ବୋଲିଂରେ ଝୁମିବାରେ ଲାଗିଥିଲା ପୁରା ଦେଶ । ଏହାପରେ ଭାରତକୁ ଶୁଭେଚ୍ଛା ଜଣାଇବାର ସୁଅ ଛୁଟିଥିଲା । ଏହି କ୍ରମରେ ବଲିଉଡ୍ରୁ ସାଉଥ୍ ସେଲିବ୍ରିଟି ମଧ୍ୟ ସମସ୍ତେ ବିରାଟଙ୍କୁ ତାଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ହେଲେ ଦିଲ୍ଲୀ ପୋଲିସର ଏକ ନିଆରା ଢ଼ଙ୍ଗରେ ସାମି ତଥା ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀ ପୋଲିସର ନିଜ ସୋସିଆଲ ମିଡ଼ିଆ ପୋଷ୍ଟରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭାରତର ମ୍ୟାଚ ପରେ ଦିଲ୍ଲୀ ପୋଲିସ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ଭାବୁଛୁ ମୁମ୍ବାଇ ପୋଲିସ ଏଭଳି ଆକ୍ରମଣ ପାଇଁ ମହମ୍ମଦ ସାମିଙ୍କୁ ଗିରଫ କରିନଥିବ । ତେବେ ଏହି ପୋଷ୍ଟଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ମଧ୍ୟ ସମସ୍ତ କ୍ରିକେଟ ପ୍ରେମୀ ମାନେ ଏହି ପୋଷ୍ଟ ଟିକୁ ବହୁତ ପସନ୍ଦ କରିଥିଲେ । ତେବେ ମୁମ୍ବାଇ ପୋଲିସ ମଧ୍ୟ ପଛରେ ରହିନାହାନ୍ତି | ପୋଷ୍ଟଟିକୁ ଦେଖିବା ପରେ ମୁମ୍ବାଇ ପୋଲିସ ମଧ୍ୟ ଏକ ନିଆରା ଢଙ୍ଗରେ ତାଙ୍କୁ ପ୍ରତି ଉତ୍ତର ଦେଇଛନ୍ତି । ମୁମ୍ବାଇ ପୋଲିସ ମଜାଳିଆ ଅନ୍ଦାଜରେ ଦେବା ସହ ଲେଖିଛି, ଆପଣ ଅଗଣିତ ଲୋକଙ୍କ ହୃଦୟ ଚୋରାଇଥିବା ଧାରା ସାମିଙ୍କ ବିରୋଧରେ ଲଗାଇନାହାନ୍ତି ଏବଂ ସହ-ଅଭିଯୁକ୍ତଙ୍କ ତାଲିକା ମଧ୍ୟ ଦେଇନାହାନ୍ତି । ଏହି ପୋଷ୍ଟ ଟି ସୋସିଆଲ ମିଡ଼ିଆ ୟୁଜର୍ସ ମାନଙ୍କ ଦ୍ୱାରା ବେଶ ପସନ୍ଦ କରାଯାଉଛି ।