ମୁମ୍ବାଇ: ୨୦୨୪ ମସିହାରେ ଅଜୟ ଦେବଗନ, ଆର ମାଧବନ ଏବଂ ଜ୍ୟୋତିକା ଅଭିନୀତ 'ଶୈତାନ' ନାମକ ଏକ ଭୟଙ୍କ ଚଳଚିତ୍ର ମୁକ୍ତିଲାଭ କରିଥିଲା। ଯାହା ଅଜୟଙ୍କ କମ୍ପାନୀ ଦେବଗନ ଫିଲ୍ମସ ଏବଂ ଜିଓ ଷ୍ଟୁଡିଓ ଦ୍ୱାରା ମିଳିତ ଭାବରେ ନିର୍ମିତ ହୋଇଥିଲା । ଏବେ ଏହି ଉଭୟ ପ୍ରଡକ୍ସନ ହାଉସ ପୁଣି ଥରେ ଏକାଠି ହୋଇଛନ୍ତି ଏବଂ ଏକ ପୌରାଣିକ ଭୟଙ୍କର ଚଳଚ୍ଚିତ୍ର ଆଣୁଛନ୍ତି। ଫିଲ୍ମର ନାମ 'ମା', ଯାହାର ଟ୍ରେଲର ମୁକ୍ତିଲାଭ କରିଛି।
ଅଜୟ ଦେବଗନ 'ଶୈତାନ'ରେ ମୁଖ୍ୟ ଭୂମିକାରେ ଥିଲେ, ଏଥର ତାଙ୍କ ପତ୍ନୀ କାଜୋଲ ମୁଖ୍ୟ ଭୂମିକାରେ ଅଛନ୍ତି। 'ଶୈତାନ'ରେ, ଅଜୟ ତାଙ୍କ ପରିବାରକୁ ଶୈତାନଠାରୁ ରକ୍ଷା କରୁଥିବାର ଦେଖାଯାଇଥିଲା ।
‘ମା’ ଟ୍ରେଲରରେ କାଜୋଲ ମଧ୍ୟ ତାଙ୍କ ଝିଅକୁ ରାକ୍ଷସଠାରୁ ରକ୍ଷା କରୁଥିବାର ଦେଖାଯାଇଛି। ଏହି ୨ ମିନିଟ୍ ୨୪ ସେକେଣ୍ଡର ଟ୍ରେଲରଟି ବହୁତ ଜବରଦସ୍ତ ଏବଂ ଏଥିରେ ଏପରି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ଆପଣଙ୍କୁ ଥରାଇ ଦେବ।
ଟ୍ରେଲରଟି ଏକ କାର ଦୃଶ୍ୟ ସହିତ ଆରମ୍ଭ ହୋଇଛି । କାଜୋଲ ତାଙ୍କ ଝିଅ ସହିତ କୌଣସି ସ୍ଥାନକୁ ଯାଉଛନ୍ତି। ତା'ପରେ ତାଙ୍କ ଝିଅର ପେଟରେ ଯନ୍ତ୍ରଣା ହେଉଛି। ସେ ତାଙ୍କ ଝିଅକୁ କୁହଛନ୍ତି ଯେ ସେ କୌଣସି ହୋଟେଲରେ ଗାଡି ଅଟକାଇବେ। ତା'ପରେ ରାକ୍ଷସ ସେମାନଙ୍କ କାର ଉପରେ ଆକ୍ରମଣ କରିଥିଲା । ଏହା ପରେ ପରବର୍ତ୍ତୀ ଦୃଶ୍ୟରେ ଏକ ରାଜପ୍ରାସାଦ ଦେଖାଯାଇଛି। କାଜୋଲ ତାଙ୍କ ଝିଅକୁ ଏକ ନୂତନ ସ୍ଥାନକୁ ନେଇଯାଆନ୍ତି ଏବଂ କୁହୁଛନ୍ତି ଯେ ମତେ ନ ପଚାରି କୌଣସି ସ୍ଥାନକୁ ଯିବୁ ନାହିଁ। କାଜୋଲ ଯେଉଁ ନୂତନ ସ୍ଥାନକୁ ଯାଆନ୍ତି, ସେଠାରେ ରାକ୍ଷସ ଝିଅମାନଙ୍କୁ ଗୋଟିଏ ପରେ ଗୋଟିଏ ଅଦୃଶ୍ୟ କରିବାକୁ ଆରମ୍ଭ କରେ ଏବଂ କାଜୋଲଙ୍କ ଝିଅ ମଧ୍ୟ ତାଙ୍କ ଟାର୍ଗେଟରେ ଥାଏ। ତାଙ୍କ ଝିଅକୁ ରକ୍ଷା କରିବା ପାଇଁ ସେ ରାକ୍ଷସର ସାମ୍ନା କରୁଥିବାର ଦେଖାଯିବେ ।
କାଜୋଲଙ୍କ ଏହି ଫିଲ୍ମ ରିଲିଜ୍ ହେବାକୁ ଏବେ ଗୋଟିଏ ମାସରୁ କମ୍ ସମୟ ବାକି ଅଛି। ଏହି ଫିଲ୍ମ ୨୭ ଜୁନରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି। ବିଶାଲ ଫୁରିଆ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। କାଜୋଲଙ୍କ ସହିତ ରୋନିତ ରୟ ମଧ୍ୟ ଏହି ଫିଲ୍ମର ଏକ ଅଂଶ ।