ସୋଫାରେ ଶୋଇଥିଲେ ବାପା କୁୁନାଲ ଖେମୁ,ଝିଅ କଲା ଏପରି କିଛି କାର୍ଯ୍ୟ ..ଭାଇରାଲ ହେଉଛି ଭିଡ଼ିଓ
Khabar Odisha:Kunal-Khemus-father-was-sleeping-on-the-sofa-his-daughter-did-something-like-that-The-video-is-viral
ଦିଲ୍ଲୀ,ନଭେମ୍ବର 13(ଖବର ଓଡ଼ିଶା):

ସୋହା ଅଲି ଖାନ ଏବଂ କୁନାଲ ଖେମୁଙ୍କ ଝିଅ ଇନାୟା ସମସ୍ତଙ୍କ ପ୍ରିୟ । ଇନାୟାଙ୍କ ନାମରେ ଅନେକ ଫ୍ୟାନ୍ ପେଜ୍ ମଧ୍ୟ ତିଆରି କରାଯାଇଛି । ଯେଉଁଥିରେ ପ୍ରତିଦିନ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରାଯାଏ ।

ବଲିଉଡର ସବୁଠାରୁ ଲୋକପ୍ରିୟ ଷ୍ଟାର ପିଲାମାନଙ୍କ ମଧ୍ୟରେ ଇନାୟା ଗଣନା କରାଯାଏ । ସୋହା ଅଲି ଖାନ ରବିବାର ଦିନ ଝିଅ ଇନାୟା ଖେମୁଙ୍କର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି ।

ଯେଉଁଥିରେ ସେ ତାଙ୍କ ବାପାଙ୍କ  ପାଦ ନଖରେ ରଙ୍ଗ ଲଗାଉଥିବାର ନଜର ଆସିଛି ।ପ୍ରକୃତରେ କୁନାଲ ଖେମୁ ସୋଫାରେ ଶୋଇଛନ୍ତି ସେତେବେଳେ ତାଙ୍କ ଝିଅ ଇନାୟା ଚୁପଚାପ୍ ତାଙ୍କ ପାଦରେ ନଖ ନେଲପଲିସ୍ ଲଗାଉଛନ୍ତି ।

ଇନାୟା ତାଙ୍କ ପିତାଙ୍କ ପାଇଁ ଗୋଲାପୀ ରଙ୍ଗର ନଲପଲିସ୍ ରଙ୍ଗ ବାଛିଛନ୍ତି । ଏହି ସୁନ୍ଦର ଭିଡିଓ ସେୟାର କରି ସୋହା ଅଲି ଖାନ ଲେଖିଛନ୍ତି - ଅପରାହ୍ନରେ ଶୋଇବା ବିପଜ୍ଜନକ ହୋଇପାରେ।

ଏହି ଭିଡିଓରେ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କମେଣ୍ଟରେ ହାର୍ଟ ଇମୋଜି ଦେଇଛନ୍ତି ।  

  • Tags:

Subscribe

National International State Sports Entertainment