ଏବେ ଚାଲିଛି ବାହାଘର ସିଜିନ । ଏବେ ନିକଟରେ ରକୁଲ ଏବଂ ଜ୍ୟାକିଙ୍କ ବିବାହ ହୋଇଥିବା ବେଳେ କେବେ ହାତକୁ ଦୁଇ ହାତ ହୋଇଛନ୍ତି କ୍ରିତି ଏବଂ ପୁଲକିତ । ବୌଦିକ ରିତି ନିତି ହୋଇଛି ବାହାଘର ସମ୍ପୁର୍ଣ୍ଣ । ତେବ ଅଗ୍ନିକୁ ସାଖୀ ରକ୍ଷି ସାତ ଜନ୍ମର ସାଥୀ ହୋଇଛନ୍ତି ଏହି ଦୁଇ ଦମ୍ଫତି। କ୍ରିତିଙ୍କ ସିମ୍ପଲ ଆଉ ମିନିମାଲିଷ୍ଟିକ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କ୍ରିତି ଗୋଲାପି ରଙ୍ଗର ଶାଢୀରେ ନଜର ଆସିଥିବା ବେଳେ ପୁଲକିତ ଇଶତ ସବୁଜ ରଙ୍ଗର ଶେରଓ୍ବାନୀରେ ନଜର ଆସିଛନ୍ତି ।ଦୀର୍ଘ ଦିନର ଡେଟିଂ ପରେ ମାର୍ଚ୍ଚ ୧୫ ତାରିଖରେ ଗୁରଗାଓଁରେ ବିବାହ କରିଛନ୍ତି ଉଭୟ କ୍ରିତି-ପୁଲକିତ।
ବିବାହ ବେଳର ଫଟୋକୁ ଆଜି ଏହି ଷ୍ଟାର୍ କପଲ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋକୁ ଶେୟାର କରି ଏହାର କ୍ୟାପସନରେ ଲେଖିଛନ୍ତି, “ନୀଳ ଆକାଶରୁ ସକାଳର କାକର ପର୍ଯ୍ୟନ୍ତ ଭଲ ମନ୍ଦ ସବୁଥିରେ କେବଳ ତୁମେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଏବେ ଆଉ ସେବେର ଯେତେବେଳେ ମୋ ହୃଦୟ ଅଲାଗା ପ୍ରକାର ସ୍ପନ୍ଦିତ ହୁଏ ତାହା ତୁମେ”। ଏହି କବିତାଟି ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଥିଲା ।
ଅଧିକ ପଢନ୍ତୁ:ମାଓବାଦୀ କ୍ୟାମ୍ପରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ