ରାମାୟଣରେ ସୀତା ହେବେ କରୀନା କପୁର !
Khabar Odisha:Kareena-Kapoor-will-be-Sita-in-Ranayana
ନୂଆଦିଲ୍ଲୀ, ନଭେମ୍ବର ୧୪(ଖବର ଓଡିଶା):

ରାମାୟଣ ପରି ପୌରାଣିକ ବିଷୟବସ୍ତୁକୁ ନେଇ କେତେକ ନିର୍ମାତା-ନିର୍ଦ୍ଦେଶକ ଚଳଚ୍ଚିତ୍ର ତିଆରି କରିଛନ୍ତି । ଏଥିରେ ବିଶେଷ କରି ଭଗବାନ ରାମଚନ୍ଦ୍ର ଏବଂ ରାବଣଙ୍କ ସଂଘର୍ଷମୟ କାହାଣୀକୁ ପ୍ରଦର୍ଶନ କରିବାକୁ ପ୍ରୟାସ କରିଛନ୍ତି । ଟେଲିଭିଜନର ମଧ୍ୟ ରମାନନ୍ଦ ସାଗରଙ୍କ ପ୍ରଯୋଜନାରେ ନିର୍ମିତ ଧାରାବାହିକ ରାମାୟଣ ପ୍ରସାରିତ ହୋଇଛି । 

ତେବେ ରାମାୟଣ କାହାଣୀକୁ ଭିନ୍ନ ଭାବରେ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ କେତେକ ନିର୍ମାତା-ନିର୍ଦ୍ଦେଶକ ଆଗ୍ରହ କରୁଛନ୍ତି । ଏମାନଙ୍କ ଭିତରେ ନିତେଶ ତିୱାରୀ ଓ ମଧୁ ମଣ୍ଟନା ଅନ୍ୟତମ ଅଟନ୍ତି । ନିତେଶଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଛି ନୂଆ ଚଳଚ୍ଚିତ୍ର ରାମାୟଣ । ତେବେ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରଯୋଜକ ୭୫୦ କୋଟି ଟଙ୍କାର ବଜେଟ ଧାର୍ଯ୍ୟ କରିଛନ୍ତି । 

ଏଥିରେ ରାମଚନ୍ଦ୍ର ଭୂମିକାରେ ରଣବୀର କାପୁର ଏବଂ ରାବଣ ଭୂମିକାରେ ହ୍ରିତିକ ରୋଶନ ପ୍ରତ୍ୟେକ ୭୫ କୋଟି ନେବେ । ପୂର୍ବରୁ ଦର୍ଶକ ରାମାୟଣର ଯେଉଁ କଥାବସ୍ତୁ ଦେଖିଛନ୍ତି ତା ଠାରୁ କିଛି ନୂଆ ଘଟଣା ଦେଖିବାକୁ ପାଇବେ । ତେବେ ସୀତା ଭୂମିକାରେ କରିନା କପୁର ଅବତୀର୍ଣ୍ଣ ହେବେ ବୋଲି ଶୁଣିବାକୁ ମଧ୍ୟ ମିଳୁଛି । 

  • Tags:

Subscribe

National International State Sports Entertainment