ବିବାଦ ବଢିବା ପରେ, ସୂର୍ଯ୍ୟବଂଶୀ ଚଳଚ୍ଚିତ୍ରରୁ ହଟିଲା କରନ ଜୋହରଙ୍କ ନାମ !
Khabar Odisha:Karan-Johars-name-removed-from-Suryavanshi-film
ମୁମ୍ୱାଇ, ଜୁଲାଇ ୦୨ (ଖବର ଓଡ଼ିଶା):

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ନେପୋଟିଜିମ ବା ଆତ୍ମୀୟତା ମାମଲାରେ ଫସିଥିବା ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ପାଇଁ ପୁଣି ଥରେ ବଢିଛି ଅଡୁଆ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ନେଇ ଅନେକ ପ୍ରକାରର ଟ୍ରୋଲ କରାଯାଉଛି | କରଣ ଜୋହରଙ୍କ ବିରୋଧରେ ଚାଲିଥିବା ଏହି ଅଭିଯାନକୁ ଦୃଷ୍ଟିରେ ରଖି ସୂର୍ଯ୍ୟବଂଶୀ ଫିଲ୍ମରୁ ତାଙ୍କ ନାମକୁ ହଟାଯାଇଛି ବୋଲି ଖବର ମିଳିଛି ।

କରଣ ଜୋହର ହେଉଛନ୍ତି ସୂର୍ଯ୍ୟବଂଶୀର ନିର୍ମାତା | ରୋହିତ ଶେଟ୍ଟୀଙ୍କ ଫିଲ୍ମରୁ କରଣଙ୍କ ନାମ ହଟାଇ ଦିଆଯାଇଥିବା ଅନୁମାନ କରାଯାଉଛି । କିନ୍ତୁ ବର୍ତ୍ତମାନ ବାଣିଜ୍ୟ ବିଶ୍ଳେଷକ ତାରନ ଆଦର୍ଶ ସ୍ପଷ୍ଟ କରିଛନ୍ତି ଯେ ଏହି ସବୁ ଖବର ମିଥ୍ୟା ଅଟେ । କରଣ ଜୋହରଙ୍କ ନାମ ସୂର୍ଯ୍ୟବଂଶୀର ନିର୍ମାତା ତାଲିକାରୁ ହଟାଯାଇ ନାହିଁ । ତାରନ ଆଦର୍ଶ ଏକ ଟୁଇଟରେ ଲେଖିଛନ୍ତି- କରଣ ଜୋହର ସୂର୍ଯ୍ୟବଂଶୀର ଏକ ଅଂଶ ନୁହଁନ୍ତି ବୋଲି ଖବର ପ୍ରକାଶ ପାଇଛି । ଏହି ଖବର ସତ୍ୟ ନୁହେଁ | ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏହି ବିଷୟରେ ମଧ୍ୟ ସ୍ପଷ୍ଟ କରିଛି ।

ସୂର୍ଯ୍ୟବଂଶୀଙ୍କ ରିଲିଜ୍ ତାରିଖ ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାରଙ୍କ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଦିୱାଲୀରେ ମୁକ୍ତିଲାଭ କରିବ। କରୋନା ଭାଇରସ୍ ହେତୁ ଏହି ଫିଲ୍ମର ରିଲିଜ୍ ଡେଟ୍ ଦିୱାଲୀ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । କରୋନା ଭାଇରସ ପାଇଁ ସାରା ଦେଶରେ ସିନେମାଘର ବର୍ତ୍ତମାନ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଦିୱାଲି ବେଳକୁ ଅବସ୍ଥାରେ ସୁଧାର ଆସିବ ଏବଂ ସିନେମା ହଲ୍ ଖୋଲିବ ବୋଲି ଆଶା କରାଯାଉଛି । ଦର୍ଶକମାନେ ଏବେ ଦୀପାବଳି ପାଇଁ ଅପେକ୍ଷା କରିଛନ୍ତି ଯାହାଦ୍ୱାରା ସେମାନେ ଖିଲାଡି କୁମାରଙ୍କ ଆକ୍ସନ୍ ପ୍ୟାକ୍ ଫିଲ୍ମ ଦେଖିପାରିବେ |

  • Tags:

Subscribe

National International State Sports Entertainment