ନଭେମ୍ବର ୨୫ରେ ରିଲିଜ ହେବ ଜନ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ ୨’
Khabar Odisha:John-Abrahams-film-Satyamev-Jayate-2-will-be-released-on-November-25
ମୁମ୍ବାଇ, ଅକ୍ଟୋବର ୨୨(ଖବର ଓଡିଶା):

ପରଦାକୁ ଆସିବ ଫିଲ୍ମ ‘ସତ୍ୟମେବ ଜୟତେ ୨’ । ଏହାର ରିଲିଜ ତାରିଖ ଘୋଷଣା ସରିଛି । ଫିଲ୍ମରେ ଲିଡ ରୋଲରେ ରହିଛନ୍ତି ଅଭିନେତା ଜନ୍ ଆବ୍ରାହମ୍ । ଜନ୍ ସବୁବେଳେ ନିଜର ଫିଟନେସକୁ ନେଇ ତାଙ୍କର ପ୍ରିୟ ଫ୍ୟାନ୍ସଙ୍କ ମନ ଜିଣିଥାନ୍ତି । ତାଙ୍କର ପ୍ରତିଟି ଫିଲରେ କିଛି ନୂଆ ଝଲକ ଦେଖିବାକୁ ମିଳିଥାଏ । ସେହିଭଳି ଆଗାମୀ ଫିଲ୍ମରେ ନିଜ ଫ୍ୟାନ୍ସମାନଙ୍କ ଲାଗି ନୂଆ ତଡକା ତାହା ସମସ୍ତଙ୍କ ନଜର ରହିଛି । 

‘ସତ୍ୟମେବ ଜୟତେ ୨’ରେ ଜନ ଆବ୍ରାହମ ଏବଂ ଦିବ୍ୟା ଖୋସଲା କୁମାରଙ୍କ ଅଭିନୀତ ଫିଲ୍ମ ଅଟେ । ପାର୍ଟ ୱାନର ସଫଳତାକୁ ଦେଖି ପ୍ରଯୋଜକ ସଂସ୍ଥା ଏବେ ଦୁଇ ଗୁଣା ଆକ୍ସନ, ରୋମାନ୍ସ ଓ ସଂଳାପରେ ଭରପୁର ଥିବା ଫିଲ୍ମ ଅଟେ । ଏହାର ଟ୍ରେଲର ଆସନ୍ତା ଅକ୍ଟୋବର ୨୫ ତାରିଖରେ ରିଲିଜ ହେବ । ଜନ୍ ଫିଲ୍ମର ଏକ ଜବରଦସ୍ତ ଟିଜର ସେୟାର କରିଛନ୍ତି । 

ଏହି ଟିଜରରେ ଜନ ଦୁଇ ଜଣ ଳୋକଙ୍କୁ ଉଠାଉଥିବା ନଜର ଆସିଛନ୍ତି । ଏଥିରେ ତାଙ୍କର ଭଲ ବଡି ଏବଂ ମସଲ୍ସ ଦେଖିପାରିବେ । ଜନ ଆବ୍ରାହମଙ୍କ ପଛରେ ଅଶୋକ ଚକ୍ର ରହିଛି । ସେହିଭଳି ଏଥିରେ ସେ ଘୋଷଣା କରିଛନ୍ତି ଯେ, ‘ସତ୍ୟମେବ ଜୟତେ ୨’ ଆସନ୍ତା ନଭେମ୍ବର ୨୫ ତାରିଖରେ ହଲରେ ରିଲିଜ ହେବ ।

  • Tags:

Subscribe

National International State Sports Entertainment