ନିକଟରେ 'ଜୱାନ' ଶନିବାର ପର୍ଯ୍ୟନ୍ତ ସାରା ବିଶ୍ୱରେ ୭୦୦ କୋଟି ଟଙ୍କାର ମାର୍କ ଅତିକ୍ରମ କରିଛି । ଏହି ଫିଲ୍ମର ମୋଟ ରୋଜଗାର ୧୦ ଦିନରେ ୭୩୫ କୋଟି ଟଙ୍କାରେ ପହଞ୍ଚିଛି। 'ଜୱାନ' ର ଅଦ୍ଭୁତପୂର୍ବ ସଫଳତା ପରେ ଦର୍ଶକମାନେ ଏବେଠାରୁ ହିଁ ଏହାର ସିକ୍ୱେଲ କୁ ଅପେକ୍ଷା କରିଛନ୍ତି । ଦର୍ଶକଙ୍କର ଏତେ ଉତ୍ସାହ ଦେଖି ଫିଲ୍ମର ନିର୍ଦ୍ଦେଶକ ଅଟଲୀ କହିଛନ୍ତି ଯେ କିଛି ସମୟ ଲାଗିଲେ ମଧ୍ୟ ସେ ନିଶ୍ଚିତ ଭାବରେ ''ଜୱାନ ୨' ଆଣିବେ ।
ଜଣେ ନିର୍ଦ୍ଦେଶକ ଭାବେ ଅଟଲୀ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ରାଜା ରାନୀ, ଥେରି, ମର୍ସାଲ ଏବଂ ବିଗିଲ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ବର୍ତ୍ତମାନ ସେ 'ଜୱାନ' ଦ୍ୱାରା ବଲିଉଡ୍ ରେ ଏକ ଧମାକେଦାର ଏଣ୍ଟ୍ରି କରିଛନ୍ତି । ଫିଲ୍ମଟି ରିଲିଜ ହେବାର ଏତେ ଦିନ ପରେ ମଧ୍ୟ ଦର୍ଶକମାନଙ୍କ ମଧ୍ୟରେ ଏହାର କ୍ରେଜ ଦେଖିବାକୁ ମିଳୁଛି । ସବୁଆଡେ କେବଳ 'ଜୱାନ'ର ଜବରଦସ୍ତ ସଫଳତା ଦେଖିବାକୁ ମିଳୁଛି । ଏହାକୁ ନେଇ ଅଟଲୀ ଏକ ସାକ୍ଷାତକାରରେ ଏହାର ସିକ୍ୱେଲ୍ ବିଷୟରେ କହିଛନ୍ତି । ‘ଜୱାନ ୨’ ରେ ଶାହରୁଖଙ୍କ ରହିବେ କି ନାହିଁ ଏହି ପ୍ରଶ୍ନର ଉତ୍ତର ରେ ସେ କହିଥିଲେ, “ମୋର ପ୍ରତ୍ୟେକ ଫିଲ୍ମର ଏଣ୍ଡିଙ୍ଗ ଓପନ ହିଁ ଥାଏ। 'ଜୱାନ'ରେ ମଧ୍ୟ ସେମିତି ହୋଇଛି । ମୁଁ ଫିଲ୍ମର ସିକ୍ୱେଲ ତିଆରି କରିବା ଉଦ୍ଦେଶ୍ୟରେ ଏହି ଫିଲ୍ମ ତିଆରି କରିନାହିଁ । ତେବେ, ଦର୍ଶକଙ୍କର ଏତେ ଭଲପାଇବା ଦେଖି 'ଜୱାନ'ର ଏକ ସିକ୍ୱେଲ ତିଆରି କରିବାର ଚିନ୍ତା ମୋ ମନରେ ଅଛି । ଯେତେବେଳେ ବି ଏକ ଭଲ ଆଇଡିଆ ଆସିବ ମୁଁ ଏହାର ଦ୍ୱିତୀୟ ଭାଗ କରିବି। ମୁଁ ବର୍ତ୍ତମାନ କିମ୍ବା ପରେ 'ଜବାନ୍'ର ଏକ ସିକ୍ୱେଲ୍ ନେଇ ଆସିପାରେ। ମୁଁ ବର୍ତ୍ତମାନ କୌଣସି ଟାଇମଲାଇନ୍ ଦେଇପାରିବି ନାହିଁ କିନ୍ତୁ ହଁ, ଦିନେ ମୁଁ ନିଶ୍ଚିତ ଭାବରେ ‘ଜବାନ’ର ଏକ ସିକ୍ୱେଲ ଆଣିବି ।
ଅଟଲୀଙ୍କ ଏହି ମନ୍ତବ୍ୟ ପରେ ଦର୍ଶକମାନଙ୍କର ଉତ୍ସାହ ବଢ଼ିବାରେ ଲାଗିଛି | କେବେ ଅଟଲୀ 'ଜୱାନ ୨'ର ଘୋଷଣା କରିବେ ତାହାକୁ ନେଇ ଦର୍ଶକମାନେ ଉତ୍ସାହର ସହ ଚାହିଁ ରହିଛନ୍ତି ।
ଅଧିକ ପଢ଼ନ୍ତୁ: ଖୁବ ଜଲଦି ଆସିବାକୁ ଯାଉଛି ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଖୁଫିୟା'