ପୁରୀରେ ବଲିଉଡ୍ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରି । ପୁରୀରେ ପହଞ୍ଚିବା ପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ଅଭିନେତ୍ରୀ ମିନାକ୍ଷୀ ଜଣେ ଅଭିନେତ୍ରୀ ସହିତ ଜଣେ ନୃତ୍ୟ କଳାକାର। ତେବେ ଶ୍ରୀମନ୍ଦିରକୁ ଯାଇ ସେ ଦୀର୍ଘସମୟ ଧରି ପୂଜାର୍ଚ୍ଚନା କରିଥିଲେ । ଏହାପରେ ଶ୍ରୀମନ୍ଦିର ପରିକ୍ରରିମା ମାର୍ଗକୁ ବୁଲି ଦେଖିଥିଲେ । ତେବେ ସରକାରଙ୍କ ଏଭଳି କାର୍ଯ୍ୟକୁ ଦେଖିବା ପରେ ଭୁରି ଭୁରି ପ୍ରଶଂସା କରିଥିଲେ । ଗତ ୩୦ ବର୍ଷତଳେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିସିଲେ । ଆଜି ପୁଣିଥରେ ମହାପ୍ରଭୁଙ୍କ ଡାକରା ମିଳିବାରୁ ସେ ପୁରୀ ଆସିବାର ସୌଭାଗ୍ୟ ଲାଭ କରିଥିବା କହିଛନ୍ତି । ତେବେ ପୁରୀ ଆସିବା ପୂର୍ବରୁ ସେ କୋଣାର୍କ ମନ୍ଦିର ସହିତ ଭୁବନେଶ୍ଵର ବିଭିନ୍ନ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିଥିବା କହିଛହିନ୍ତି। ଓଡ଼ିଶା ବାସୀ ହେଉଛନ୍ତି ବେଶ୍ ସାଧାସିଧା । ଯାହାକି ତାଙ୍କୁ ବେଶ ଭଲ ଲାଗେ ବୋଲି ମିନାକ୍ଷୀ କହିଛହିନ୍ତି । ମହାପ୍ରଭୁ ତାଙ୍କ ଜୀବନକୁ ସଫଳ କରନ୍ତୁ ବୋଲି ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ସେହିପରି ଶ୍ରୀମନ୍ଦିର ପରିକ୍ରରିମା ମାର୍ଗଦେଖି ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ୮୦ ଓ ୯୦ ଦଶକରେ ପ୍ରମୁଖ ଅଭିନେତ୍ରୀ ଥିଲେ ମିନାକ୍ଷୀ । ସେ ବହୁତ୍ ହିଟ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ପାଇଛନ୍ତି।
ଅଧିକା ପଢନ୍ତୁ : ଅନନ୍ୟା ପାଣ୍ତେ ଏବଂ ଆଦିତ୍ୟଙ୍କ ଭିତରେ କଣ ଅଛି ?