ମାଆ ହେଲେ ବବିତା ଫୋଗଟ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ
Khabar Odisha:Her-mother-Babita-Fogat-shared-the-photo-on-social-media
ଦିଲ୍ଲୀ,ଜାନୁଆରୀ ୧୨ (ଖବର ଓଡ଼ିଶା):

ଭାରତର ମହିଳା ମଲ୍ଲ ଯୋଦ୍ଧା ବବିତା ଫୋଗଟ ମାଆ ହୋଇଛନ୍ତି । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେବା ସହ ଫଟୋ ମଧ୍ୟ ସେୟାର କରିଛନ୍ତି । 

ବବିତା ହରିୟାଣାର ଦାଦ୍ରୀ ଜିଲ୍ଲାରେ ରୁହନ୍ତି । ସୋସିଆଲ ମିଡିଆରେ ସେ ଉଲ୍ଲେଖ କରିଛନ୍ତି ଯେ, ଏହା ହେଉଛି ତାଙ୍କର କୁନି ପୁଅ । ସେ ଯାହା ସ୍ୱାପ୍ନ ଦେଖିଥିଲେ ତାହା ସତ ହୋଇଛି । ଯାହା ବିଶ୍ୱାସ ନହେଲେ ବି ସତ । 

ସୂଚନାଯୋଗ୍ୟ, ବବିତା ଡିସେମ୍ବର ୧, ୨୦୧୯ରେ ମଲ୍ଲଯୋଦ୍ଧା ବିବେକଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବେକ ଯୌତୁକରେ ମାତ୍ର ୧ ଟଙ୍କା ଆଣିଥିଲେ । ଏହି ବିବାହ ଚର୍ଚ୍ଚାରେ ରହିଥିଲା । ଏଥିରେ କୌଣସି ବାଜା-ରୋଷଣୀ ବାଜି ନଥିଲା କିମ୍ବା ପ୍ଲାଷ୍ଟିକର ବ୍ୟବହାର ମଧ୍ୟ ହୋଇନଥିଲା । 

ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବବିତା ଅନେକ ପଦକ ଜିତିଛନ୍ତି । ସେ ବିଶ୍ୱ ଚାମ୍ପିଅସିପରେ ବ୍ରୋଞ୍ଜ୍ ପଦକ ଜିତିଥିବା ବେଳେ କମନଓ୍ୱେଲଥରେ ସୁନା ଓ ରୌପ୍ୟ ଜିତିଥିଲେ । ଏପିରକି ସେ ରାଜନୀତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ହରିୟାଣାରେ ବିଜେପିରୁ ନିର୍ଚାଚନ ଲଢିଥିଲେ ମଧ୍ୟ ପରାଜୟର ସାମ୍ନା କରିଥିଲେ ।

  • Tags:

Subscribe

National International State Sports Entertainment