୫୪ ବର୍ଷ ବୟସରେ ପାଦ ରଖିଲେ ଲୋକପ୍ରିୟ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତବୁ। ଜନ୍ମଦିନ ଉପଲକ୍ଷେ ତବୁଙ୍କୁ ବଲିଉଡ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲମ୍ବା ଆୟୁଷ ପାଇଁ ପୂଜା କରିବା ସହିତ ସେ ସବୁବେଳେ ଖୁସି ରୁହନ୍ତୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତେବେ ତବୁ ତାଙ୍କ ଜନ୍ମଦିନ ପରିବାର ସହିତ କେକ କାଟି ବେଶ ଧୂମଧାମରେ ପାଳନ କରିଛନ୍ତି। ଏହାସହିତ ସେ ନିଜ ଫ୍ୟାନସମାନଙ୍କୁ ଧନ୍ୟବାଦ ଦେଇଛନ୍ତି।
୪ ନଭେମ୍ବର ୧୯୭୧ ମସିହାରେ ତବୁଙ୍କର ଜନ୍ମ ହୋଇଥିଲା। ତେବେ ତାଙ୍କର ପୁରା ନାମ ଥିଲା ତବସୁମ୍ ଫାତିମା ହାସିମ୍ କିନ୍ତୁ ଚଳଚିତ୍ର ଜଗତରେ ସେ ତବୁ ନାମରେ ବେଶ ପରିଚିତ ଥିଲେ। ୧୯୮୫ରେ ୧୪ ବର୍ଷ ବୟସରେ ହମ୍ ନୌଜବାନ୍ ଚଳଚ୍ଚିତ୍ରରେ ଦେବ ଆନନ୍ଦଙ୍କ ଝିଅ ଭାବରେ ସେ ଅଭିନୟ କରିଥିଲେ । ନାୟିକା ଭାବରେ ତବୁ ତେଲୁଗୁ ଚଳଚ୍ଚିତ୍ର କୁଲି ନଂ ୧ରେ ଭେଙ୍କଟେଶ ଦଗୁପତିଙ୍କ ସହ ଅଭିନୟ କରିଥିଲେ। ଏହାପରେ ତବୁ ହିନ୍ଦୀ, ଇଂରାଜୀ, ତାମିଲ, ମାଲାୟଲମ୍, ମରାଠୀ, ବଙ୍ଗଳା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତବୁ ନିଜ ଅଭିନୟ ପାଇଁ ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ସହିତ ୬ଥର ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି। ଏହାସହିତ ୨୦୧୧ରେ ତବୁଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।
ଅଧିକ ପଢନ୍ତୁ : ବଲିଉଡରେ ପୁଣି ଶୋକର ଛାୟା, ପରଲୋକରେ ଅଭିନେତା ସତୀଶ ଶାହ