୨୯ ବର୍ଷ ବୟସରେ ପାଦ ରଖିଲେ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ। ତେବେ ସାରା ତାଙ୍କ ଜନ୍ମଦିନ ପରିବାର ସହିତ କେକ କାଟି ବେଶ ଧୂମଧାମରେ ପାଳନ କରିଛନ୍ତି। ତେବେ ସାରଙ୍କ ଜନ୍ମଦିନ ଉପଲକ୍ଷେ ବଲିଉଡ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲମ୍ବା ଆୟୁଷ ପାଇଁ ପୂଜା କରୁଥିବାର ଦେଖିବାକୁ ମିଳିଥିଲା। ଏହାସହିତ ଫ୍ୟାନ୍ସମାନେ କହିଛନ୍ତି ଆମେ ମଧ୍ୟ ସାରାଙ୍କର ଲମ୍ବା ଆୟୁଷ ପାଇଁ କାମନା କରୁଚୁ।
ସାରା ଅଲ୍ଲୀ ଖାନ୍ ୧୯୯୫ ମସିହାର ଅଗଷ୍ଟ ମାସ ୧୨ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ସୈଫ ଅଲ୍ଲୀ ଖାନ୍ ଏବଂ ମାଆ ଅମୃତା ସିଂହ ହିନ୍ଦୀ କଥାଚିତ୍ର ଜଗତର ଅଭିନେତା ଏବଂ ଅଭିନେତ୍ରୀ। କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିବାପରେ ଅଭିନୟ ଜଗତରେ ପାଦ ରଖିଥିଲେ ସାରା। ୨୦୧୮ ମସିହାରେ ସେ ହିନ୍ଦୀ ଚଳଚ୍ଚିତ୍ର ବଦ୍ରିନାଥ ଜରିଆରେ ସିନେମା ଜଗତରେ ଅଭିନୟ କରିଥିଲେ। ଏହାପରେ ତାଙ୍କର ୨ୟ ଚଳଚ୍ଚିତ୍ର ଶିମ୍ବାରେ ତାଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏଥିପାଇଁ ତାଙ୍କୁ ୨୦୧୮ ମସିହାର ଫିଲ୍ମଫେୟାର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା।