୭୭ ବର୍ଷ ବୟସରେ ପାଦ ରଖିଲେ ଭାରତୀୟ ହିନ୍ଦୀ ଚଳଚିତ୍ର ସୁପରଷ୍ଟାର ରଣଧୀର କପୁର। ତେବେ ଏତେ ବୟସ ଅତିକ୍ରମ କରିବା ପରେ ମଧ୍ୟ ଫ୍ୟନ୍ସଙ୍କ ଭଲପାଇବା ରଣଧୀର କପୁରଙ୍କ ପାଇଁ କମିନି। ତେଣୁ ଜନ୍ମ ଦିନରେ ରଣଧୀର କପୁରଙ୍କ ପାଇଁ ଫ୍ୟନ୍ସଙ୍କ ତରଫରୁ ଛୁଟିଛି ଶୁଭେଚ୍ଛାର ସୁଅ। ହାତରେ ଫୁଲତୋଡ଼ା ଏବଂ କେକ ଧଟି ପ୍ୟାନ୍ସମାନେ ରଣଧୀର କପୁର ଘରେ ସକାଳୁ ସକାଳୁ ଆସି ପହଂଚିଥିଲେ। ତେବେ ରଣଧୀର କପୁର ନିଜ ୭୭ ତମ ଜନ୍ମଦିନ ବେଶ୍ ଉତ୍ସାହର ସହିତ ନିଜ ପରିବାର ଏବଂ ନିଜ ଫ୍ୟାନ୍ସଙ୍କ ସହିତ ପାଳନ କରିଛନ୍ତି।
ରଣଧୀର କପୁରଙ୍କ ଜନ୍ମ ୧୫ ଫେବୃଆରୀ ୧୯୪୭ ମସିହାରେ ବମ୍ବେରେ ହୋଇଥିଲା। ତାଙ୍କ ପିତା ରାଜ କପୁର ଜଣେ ବିଶ୍ୱଖ୍ୟାତାନାମା ଅଭିନେତା ଥିଲେ। ଏଥିପାଇଁ ପିଲାଦିନରୁ ରଣଧୀରଙ୍କର ଅଭିନୟ ପ୍ରତି ଆଗ୍ରହ ରହିଥିଲା। ଏପରିକି ସେ ମଦ୍ୟ ଶିଶୁ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ରଖିଥିଲେ। ଏହାପରେ ଧୀରେ ଧୀରେ ସେ ଅନେକ ଚଳଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ରଣଧୀର ତାଙ୍କ କ୍ୟାରିୟରରେ ପ୍ରାୟତଃ ୨୦୦ରୁ ଉର୍ଧ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଆଉ ସେହି ଅଭିନୀତ ଚଳଚ୍ଚିତ୍ର ଗୁଡିକ ତାଙ୍କୁ ଅନେକ ସଫଳତା ଆଣିଦେଇଥିଲା।
ଅଧିକ ପଢନ୍ତୁ : ମାଡି ଆସୁଛି କି ବିପତ୍ତି: ଭାଙ୍ଗିଗଲା ଶ୍ରୀମନ୍ଦିର ଅକ୍ଷୟ ଦଣ୍ଡ