୨୪ ବର୍ଷ ବୟସରେ ପାଦ ଦେଲେ ବିଶ୍ୱ ସୁନ୍ଦରୀ ‘ମାନୁଷି’
Khabar Odisha:Happy-Birthday-Miss-World-Manushi-Chillar

ମୁମ୍ବାଇ, ମେ ୧୪ (ଖବର ଓଡ଼ିଶା): ଦୀର୍ଘ ୧୭ ବର୍ଷର ଅପେକ୍ଷା ପରେ ଭାରତକୁ ପାଇଁ ଗର୍ବ ଆଣିଥିବା ତଥା ମିସ୍ ୱାଲର୍ଡ ୨୦୧୭ ର ବିଜୟିନୀ ମାନୁଷି ଚିଲାର ଆଜି ତାଙ୍କର ୨୪ ତ୍ତମ ଜନ୍ମଦିନ ପାଳୁଛନ୍ତି । ୨୦୦୦ ମସିହାରେ ପ୍ରିୟଙ୍କା ଚୋପ୍ରା ମିସ୍ ୱାର୍ଲ୍ଡ ହୋଇଥିଲେ ଏବଂ ସେ ଦେଶର ନାମକୁ ଉଜ୍ଜ୍ୱଳ କରିଥିଲେ । ତା’ପରେ ୧୭ ବର୍ଷର ଦୀର୍ଘ ଅପେକ୍ଷା ପରେ ହରିୟାଣାର ମାନୁଷି ଚିଲାର ଏକ ଚମତ୍କାର ଉତ୍ତର ଦେଇ ମିସ୍ ୱାଲର୍ଡ ୨୦୧୭ ର ମୁକୁଟ ପିନ୍ଧିଥିଲେ ।

୨୦୧୭ ରେ, ମାନୁଷି ଚିଲାର କେବଳ ମିସ୍ ୱାର୍ଲ୍ଡର ମୁକୁଟ ନୁହେଁ ବରଂ ତାଙ୍କ ଉତ୍ତର ସହିତ ଲୋକଙ୍କ ହୃଦୟ ମଧ୍ୟ ଜିତିଥିଲେ । ୧୪ ମଇ ୧୯୯୭ ରେ ହରିୟାଣାର ରୋହତକରେ ଜନ୍ମଗ୍ରହଣ କରିଥିବା ମାନୁଷି ଚିଲାର ଆଜି ତାଙ୍କର ୨୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଚୀନ୍‌ର ସାନିଆ ସହର ଏରେନାମ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ମାନୁଷି ୧୦୭ ଦେଶର ସୁନ୍ଦରୀ ମାନଙ୍କୁ ପରାସ୍ତ କରି ବିସ୍ ୱାଲର୍ଡ ୨୦୧୭ ର ମୁକୁଟ ପିନ୍ଧିଥିଲେ ।

ପୂର୍ବରୁ ପ୍ରିୟଙ୍କା ଚୋପ୍ରା, ଏଶୋର୍ଯ୍ୟା ରାୟ ଓ ସୁସ୍ମିତା ସେନ୍ ଙ୍କ ଭଳି ଭାରତୀୟ ସୁନ୍ଦରୀ ବିଶ୍ୱ ସୁନ୍ଦରୀର ମୁକୁଟ ପିନ୍ଧିଥିବା ବେଳେ ଷଷ୍ଠ ଥର ପାଇଁ ମାନୁଷି ଏହି ମୁକୁଟ ହାସଲ କରି ଭାରତ ପାଇଁ ଗୌରବ ଆଣିଥିଲେ । ତେବେ ଆଗକୁ ମାନୁଷି ବଲିଉଡ୍ ଜଗତରେ ପାଦ ଦେବାକୁ ଯାଉଛନ୍ତି । ତେବେ ତାଙ୍କର ଜନ୍ମଦିନ ଓ ଉଜ୍ୱଳ ଫିଲ୍ମ କ୍ୟାରିୟର ପାଇଁ ଆମ ତରଫରୁ ମାନୁଷି ଚିଲାରଙ୍କୁ ଅନେକ ଅନେକ ଶୁଭକାମନା ।

  • Tags:

Subscribe

National International State Sports Entertainment