୪୩ ବର୍ଷ ବୟସରେ ପାଦ ରଖିଛନ୍ତି ଚୁଲବୁଲି ହିରୋଇନ ଅମ୍ରିତା ରାଓ। ତାଙ୍କ ଏହି ସ୍ପେସିଆଲ ଦିନରେ ସକାଳୁ ସକାଳୁ ଫ୍ୟାନ୍ସମାନଙ୍କ ତରଫରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଅମ୍ରିତା ନିଜ ପରିବାର ସହିତ ନିଜର ୪୩ ତମ ଜନ୍ମଦିନରେ କେକ କାଟି ବେଶ ଧୁମ ଧାମରେ ପାଳନ କରିଛନ୍ତି। ଫ୍ୟାନ୍ସଙ୍କ ଭଲ ପାଇବା ପାଇଁ ଆଜି ସେ ଏହି ସଫଳତାର ପାହାଚରେ ପହଂଚି ପାରିଛନ୍ତି ବୋଲି କହିଛନ୍ତି।
ଅମ୍ରିତା ୭ ଜୁନ ୧୯୮୧ ମୁମ୍ବାଇରେ ଜନ୍ମ ହୋଇଥିଲେ। ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଯିଏ ଉଭୟ ହିନ୍ଦୀ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରଛନ୍ତି। ଅମ୍ରିତା ୨୦୦୨ ମସିହାରେ 'ଅବ୍ କେ ବରଷ୍' ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ ହୋଇଥିଲେ। ୨୦୦୬ରେ ମୁକ୍ତିଲାଭ କରିଥିବା 'ବିବାହ' ଚଳଚ୍ଚିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ ଅମ୍ରିତା। ସେହିପରି ଅମ୍ରିତା ଅନେକ ସୁପରହିଟ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଅମ୍ରିତା ଖୁବ କମ ବୟସରୁ ଅଭିନୟ ଜଗତରେ ପାଦ ରଖି ଖୁବ ଲୋକପ୍ରିୟତା ହାସଲ କରିଥିଲେ। ତେବେ ଆଜି ତାଙ୍କର ଜନ୍ମଦିନ ଅବସରରେ ଫ୍ୟାନ୍ସମାନଙ୍କ ତରଫରୁ ତାଙ୍କ ପାଇଁ ଶୁବେଛାର ସୁଅ ଛୁଟିଛି। ସବୁ ଫ୍ୟାନ୍ସମାନେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି।