କରଣ ଜୋହରଙ୍କ ପାଇଁ ବଢୁଛି ଅଡୁଆ, ଗିରଫ ହେଲା ଧର୍ମା ପ୍ରଡକ୍ସନର ପୂର୍ବତନ ଅଧିକାରୀ କ୍ଷିତିଜ ପ୍ରସାଦ
Khabar Odisha:Former-Dharma-Production-officer-Khitiz-Prasad-arrested
ମୁମ୍ୱାଇ, ସେପ୍ଟେମ୍ବର ୨୬ (ଖବର ଓଡ଼ିଶା):

ବଲିଉଡରେ ଡ୍ରଗ୍ସ ମାମଲାରେ ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର କରଣ ଜୋହରଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ୍ସର ପୂର୍ବତନ ଅଧିକାରୀ କ୍ଷିତିଜ ପ୍ରସାଦଙ୍କୁ ଗିରଫ କରିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ କର୍ମଚାରୀ କ୍ଷିତିଜ ପ୍ରସାଦଙ୍କୁ ଗତ କାଲି ଅନେକ ଘଣ୍ଟା ଧରି ପଚରାଉଚରା ପରେ ଆଜି ଗିରଫ କରାଯାଇଛି । କ୍ଷିତିଜଙ୍କୁ ଗତ କାଲି ଜେରା ସମୟରେ ଅନେକ ପ୍ରଶ୍ନ ପଚରାଯାଇଥିଲା | ତାଙ୍କୁ କରଣ ଜୋହରଙ୍କ 2019 ପାର୍ଟିର ଭିଡିଓ ବିଷୟରେ ମଧ୍ୟ ପଚରାଯାଇଥିଲା ।

କ୍ଷିତିଜ ନିୟମିତ ଭାବରେ ବହୁ ପରିମାଣର ଡ୍ରଗ୍ସ କିଣୁଥିଲେ | ଯେତେବେଳେ ଏନସିବି ଅଧିକାରୀମାନେ ତାଙ୍କ ଘରକୁ ଯାଇ ଚଢାଉ କରିଥିଲେ । ତାଙ୍କ ଘରୁ ବହୁ ପରିମାଣର ଅବୈଧ ସାମଗ୍ରୀ ମିଳିଥିଲା | ଏହା ପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି ଏନସିବି ।

  • Tags:

Subscribe

National International State Sports Entertainment