ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ଘାରିଛି ବୟକଟ୍ ଡର, ମହାକାଳଙ୍କ ମନ୍ଦିରକୁ ଯାଇ ପାରିଲେନି ଫିଲ୍ମ ଲିଡ୍ ଷ୍ଟାର ରଣବୀର ଓ ଆଲିଆ ମୁମ୍ବାଇ,ସେପ୍ଟେମ୍ବର ୮(ଖବର ଓଡିଶା): Share story: ବଲିଉଡ୍ ଫିଲ୍ମ ‘ଲାଲ୍ ସିଂ ଚଢ଼ା’ ପରେ ଏବେ ‘ବ୍ରହ୍ମାସ୍ତ୍ର’କୁ ଘାରିଛି ବୟକଟ୍ ଭୟ। ରିଲିଜ୍ ହେବା ପୂର୍ବରୁ ଫିଲ୍ମର ଲିଡ୍ ଷ୍ଟାରଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଛି। କାରଣ ବିରୋଧ ଏତେ ତେଜିଲାଣି ଯେ ଉଜୈନ ମହାକାଳଙ୍କ ମନ୍ଦିରକୁ ଫିଲ୍ମ ଲିଡ୍ ଷ୍ଟାର ରଣବୀର କପୁର ଓ ଆଲିଆ ଭଟ୍ଟ ଯାଇ ପାରିଲେନି। ବୁଧବାର ଫିଲ୍ମର ପ୍ରମୋସନ୍ ପାଇଁ ରଣବୀର ଓ ଆଲିଆ ଏବଂ ନିର୍ଦ୍ଦେଶକ ଆୟାନ୍ ମୁଖାର୍ଜୀ ଉଜୈନ ପହଞ୍ଚିଥିଲେ। ହେଲେ ବଜରଙ୍ଗ ଦଳ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସେମାନଙ୍କୁ ପ୍ରବଳ ବିରୋଧ କରାଯାଇଥିଲା। ସେହିପରି କିଛି ବର୍ଷ ପୂର୍ବରୁ ରଣବୀର ବିଫ୍ ଖାଇବାକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ। ବିଫ୍ ତାଙ୍କୁ ବେଶ୍ ପସନ୍ଦ ବୋଲି କହିଥିଲେ। ଏହି ବୟାନକୁ ନେଇ ତାଙ୍କୁ ବିରୋଧ କରାଯିବା ସହ ମନ୍ଦିରକୁ ପ୍ରବେଶ କରିବାକୁ ଦିଆଯାଇନଥିଲା। ଖବର ଓଡ଼ିଶା, Reporter, 08/09/2022