FWICEର ଚେତାବନୀ, ମିକା ସିଂହଙ୍କ ସହିତ କାମ କଲେ ସଲମାନଙ୍କ ଉପରେ ଲାଗିପାରେ ପ୍ରତିବନ୍ଧକ
Khabar Odisha:Entertainment-bollywood-fwice-member-says-salman-khan-will-be-banned-if-he-works-with-mika-singh
ନୂଆଦିଲ୍ଲୀ,ଅଗଷ୍ଟ୨୦(ଖବର ଓଡ଼ିଶା):

ଭାରତ-ପାକିସ୍ତାନରେ ଉତ୍ତେଜନା ମାହୋଲ ମଧ୍ୟରେ ବଲିଉଡ୍ ସିଙ୍ଗର ମିକା ସିଂହ କରାଚିରେ ପରଫାର୍ମ କରିଛନ୍ତି। ଏହା ପରେ ମିକା ସିଂହଙ୍କୁ ଅଲ ଇଣ୍ଡିଆ ସିନେ ଓ୍ଵାର୍କସ୍ ଆସୋସିଏସନ ଓ ଫେଡେରେସନ ଅଫ ଓ୍ଵେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ(FWICE) ବ୍ୟାନ  କରିଛି। ମାତ୍ର ମିକା ସିଂହ ନିଜର ଭୁଲ ବୁଝି ପାରିଛନ୍ତି ଏବଂ କ୍ଷମା ମଧ୍ୟ ମାଗିଛନ୍ତି। 

ଏବେ ଖବର ରହିଛି ଯେ ସଲମାନ ଖାନଙ୍କୁ ମଧ୍ୟ ବ୍ୟାନ୍ କରାଯାଇପାରେ। ମିକା ସିଂହଙ୍କୁ ବ୍ୟାନ କରିବା ପରେ ଇଣ୍ଡଷ୍ଟ୍ରୀର ବହୁତ ଲୋକ ତାଙ୍କ ସହିତ କାମ କରିବାକୁ ସଙ୍କୋଚ  କରୁଛନ୍ତି। ମାତ୍ର ସଲମାନ ଖାନ ଆଗାମୀ ସପ୍ତାହରେ ମିକାଙ୍କ ସହିତ ଏକ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମ ଆମେରିକାର ଭିନ୍ନ ଭିନ୍ନ ସହରରେ ହେବ।

ସଲମାନ ଏହି କାର୍ଯ୍ୟକ୍ରମକୁ ‘ଅପ, କ୍ଲୋଜ ଆଣ୍ଡ ପର୍ସନାଲ ଓ୍ଵିଥ୍ ସଲମାନ ଖାନ’ ନାମ ଦେଇଛନ୍ତି। ସୋହେଲ ଖାନଙ୍କ ଇଭେଣ୍ଟ କମ୍ପାନୀ ଜର୍ଡି ପଟେଲଙ୍କ କମ୍ପାନୀ ସହିତ ମିଶି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଛନ୍ତି। ମିକା ସିଂହ ଅଗଷ୍ଟ ୨୮ରେ ହଷ୍ଟନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ପାରନ୍ତି। 

ମିଡ ଡେର ଖବର ମୁତାବକ ଜର୍ଡି ପଟେଲଙ୍କୁ ଯେବେ କାର୍ଯ୍ୟକ୍ରମରେ ମିକାଙ୍କୁ ନିମନ୍ତ୍ରଣ ବିଷୟରେ ପଚରାଗଲା, ସେ କହିଛନ୍ତି ୟୁଏସର କିଛି ସ୍ଥାନୀୟ ପ୍ରମୋଟର ମିକାଙ୍କୁ ନିମନ୍ତ୍ରଣ କରିଛନ୍ତି। ସଲମାନ ମିକାଙ୍କ ସହିତ କିଛି କାର୍ଯ୍ୟକ୍ରମ କରିବେ ନାହିଁ। ଉଭୟ ଗୋଟିଏ ଷ୍ଟେଜରେ ଏକାଠି ମଧ୍ୟ ନଜର ଆସିବେ ନାହିଁ।

ମାତ୍ର FWICEର ସଦସ୍ୟ ଅଶୋକ ଦୁବେ କହିଛନ୍ତି ଯେ, ଯଦି ଇଣ୍ଡଷ୍ଟ୍ରୀରେ କୌଣସି ବ୍ୟକ୍ତି ମିକାଙ୍କ ସହିତ କାମ କରନ୍ତି ତେବେ ତାଙ୍କୁ ମଧ୍ୟ ପ୍ରତିବନ୍ଧିତ କରାଯିବ। ଯଦି ଆମେ ପ୍ରତିବନ୍ଧକ ଲଗାଉ, ତେବେ ଏହାର ଅର୍ଥ ଆମର ସମସ୍ତ ଟେକନିସିଆନ ଯେଉଁଥିରେ ଅଭିନେତା, ନିର୍ଦ୍ଦେଶକ ଓ ସ୍ପଟ ବୟ ମଧ୍ୟ ସାମିଲ ହେବେ ନାହିଁ। 

ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଏହି ଲାଗିଥିବା ପ୍ରତିବନ୍ଧକ ସମୟରେ ମିକାଙ୍କ ସହିତ କାମ କରନ୍ତି, ସେ ସଲମାନ ହୁଅନ୍ତୁ ନା କାହିଁକି ତାଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ। ସେ ଆମେରିକାରେ କାର୍ଯ୍ୟକ୍ରମ ହେଉ କି ବିଦେଶର ଅନ୍ୟ କୌଣସି ଦେଶରେ କାର୍ଯ୍ୟକ୍ରମ ହେଉ।

Subscribe

National International State Sports Entertainment