ଆମକୁ ଏହି ସମୟରେ ନୂଆ ଚାର୍ଲି ଚାପଲିନ୍‌ର ଆବଶ୍ୟକତା ଅଛି: କାନ୍ସରେ ଜେଲେନ୍‌ସ୍କି
Khabar Odisha:Entertainment-Ukraine-president-Volodymyr-Zelensky-opening-address-in-75th-Cannes-film-festival

କାନ୍ସ, ମେ ୧୮ (ଖବର ଓଡ଼ିଶା): ରୁଷିଆ-ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧକୁ ପାଖାପାଖି ୩ ମାସ ହୋଇଯାଇଛି । ଏହାରି ମଧ୍ୟରେ ମେ’ ୧୭ ତାରିଖ ଫ୍ରାନ୍ସରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ଶୁଭାରମ୍ଭ ହୋଇଯାଇଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦୀମିର ଜେଲେନ୍‌ସ୍କିଙ୍କ ଭିଡିଓ ବାର୍ତ୍ତ ମାଧ୍ୟମରେ ସଂବୋଧନରୁ ଆରମ୍ଭ ହୋଇଛି । ଉଦ୍‌ଘାଟନ ସମାରୋହରେ ଜେଲେନ୍‌ସ୍କି ସିନେମା ଓ ବାସ୍ତବିକତା ମଧ୍ୟରେ ଥିବା ସଂପର୍କ ବାବଦେରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ସେ ଫ୍ରାନ୍ସିସ ଫୋର୍ଡ କୋପୋଲାର ଏପୋକ୍ୟଲିପ୍ସ ନାଓ ଓ ଚାର୍ଲି ଚାପଲିନଙ୍କ ଦ ଗ୍ରେଟ ଡିକ୍ଟେଟର ଭଳି ଫିଲ୍ମକୁ ନିଜ ପାଇଁ ପ୍ରେରଣା ବୋଲି କହିଛନ୍ତି । 

ରାଷ୍ଟ୍ରପତି ଜେଲେନ୍‌ସ୍କି କାନ୍ସ ଫିଲ୍ମ ଫେଷ୍ଟିଭାଲର ଉଦ୍‌ଘାଟନ ସମାରୋହକୁ ସମ୍ବୋଧିତ କରି ହାସ୍ୟ ଅଭିନେତା ଚାର୍ଲି ଚାପଲିନଙ୍କୁ ମନେ ପକାଇଛନ୍ତି । ଜେଲେନ୍‌ସ୍କି  ଫିଲ୍ମ ଦ ଗ୍ରେଟ ଡିକ୍ଟେଟରରେ ଦିଆଯାଇଥିବା ଅନ୍ତିମ ଭାଷଣକୁ ପଢ଼ି କହିଛନ୍ତି ଯେ, ପୁରୁଷଙ୍କ ଦୁଷ୍ଟାମୀ ଶେଷ ହୋଇଯିବ ଓ ତାନାଶାହ ମରିଯିବ । ସେ ଯେଉଁ ଶକ୍ତି ନେଇଥିଲେ, ସେହି ଶକ୍ତି ଲୋକଙ୍କ ପାଖକୁ ଫେରି ଆସିବ । ଏହା ବ୍ୟତୀତ ଫିଲ୍ମ ନିର୍ମାତାମାନେ ଶାନ୍ତିରେ ରହିବା ବଦଳରେ ଫାସୀବାଦ ଉପରେ ହାସ୍ୟ ବ୍ୟଙ୍ଗ ଉପରେ କାମ କରନ୍ତୁ । ସେ ଚାର୍ଲି ଚାପଲିନଙ୍କ ଜର୍ମାନୀର ତାନାଶାଗହ ଏଡୋଲ୍ଫ ହିଟଲର କରାଯାଇଥିବା ବ୍ୟଙ୍ଗକୁ ମଧ୍ୟ ପ୍ରଶଂସା କରିଛନ୍ତି । ଜେଲେନ୍‌ସ୍କି କହିଛନ୍ତି ଯେ, ଆମେ ଏହି ସମୟରେ ନୂଆ ଚାପଲିନ୍‌ଙ୍କ ଆବଶ୍ୟକତା ଅଛି, ଯାହା ଦେଖାଇବ ଯେ, ଆଜିର ସିନେମା ଚୁ ନାହିଁ ।  

 

  • Tags:

Subscribe

National International State Sports Entertainment