ମୁମ୍ବାଇ, ମେ ୧୯ (ଖବର ଓଡ଼ିଶା): ଅଭିପେତା ଆର ମାଧବନ ଅଭିନୟ ସହିତ ଏବେ ନିର୍ଦ୍ଦେଶନାରେ ମଧ୍ୟ ପାଦ ଥାପିବାକୁ ଯାଉଛନ୍ତି । ମାଧବନଙ୍କ ସାଇନ୍ସ ପ୍ରତି ଆଗ୍ରହକୁ ନେଇ ଯେକୌଣସି ଦର୍ଶକ ତାଜୁବ ହୋଇଯାଆନ୍ତି । ଏହି କାରଣରୁ ମାଧବନ ନିର୍ଦ୍ଦେଶନା ପାଇଁ ନିଜର ପ୍ରଥମ ଫିଲ୍ମକୁ ସାଇନ୍ ଉପରେ ହିଁ ରଖିଛନ୍ତି ।
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମାଧବନ ନିଜର ଆଗାମୀ ଫିଲ୍ମ ‘ରକେଟ୍ରୀ: ଦ ନମ୍ବୀ ଇଫେକ୍ଟ’ର ୱାର୍ଲ୍ଡ ପ୍ରୀମିୟର କରିବାକୁ ଯାଉଛନ୍ତି । ଫିଲ୍ମକୁ ନେଇ ଫେଷ୍ଟିଭାଲରେ ଏକ ନୂଆ ଉତ୍ସାହ ଦେଖାଯାଇଛି । ମେ’ ୧୯ ଅର୍ଥାତ ଆଜି ଏହି ଫିଲ୍ମର ପ୍ରୀମିୟର ରଖାଯାଇଛି । ସିନେମାପ୍ରେମୀ ଏହି ଫିଲ୍ମ ଦେଖିପାରିବେ ।
ମାଧବନ ଯେଉଁ ଦିନ ଠାରୁ ନିଜର ନିର୍ଦ୍ଦେଶନା ନେଇ ଘୋଷଣା କରିଥିଲେ, ସେହିଦିନ ଠାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ି ଯାଇଥିଲା । ଟ୍ରେଲର ରୀଲିଜ ପରେ ମାଧବନଙ୍କ ପ୍ରଶଂସକ ଏହା ସୁପରହିଟ ଫିଲ୍ମ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଫିଲ୍ମ ଇସ୍ରୋ ବୈଜ୍ଞାନିକ ଓ ପ୍ରତିଭାଶାଳୀ ନମ୍ବୀ ନାରାୟଣଙ୍କ କାହାଣୀ ଉପରେ ଆଧାରିତ ହୋଇଛି ।