କୋଟି ଟଙ୍କା ରୋଜଗାର କରନ୍ତି ବିରାଟ-ଅନୁଷ୍କା, ଝିଅ ପାଇଁ ଏହି ଜିନିଷ ଭଡ଼ାରେ ଆଣିଲେ!
Khabar Odisha:Entertainment-Virat-Anushka-rents-this-thing-for-daughter-Vamika-on-vacation-from-crores-net

ନୂଆଦିଲ୍ଲୀ, ଜୁନ୍ ୧୧ (ଖବର ଓଡ଼ିଶା): ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ସ୍ୱାମୀ ବିରାଟ କୋହଲି ଓ ଝିଅ ଭାମିକା ଶର୍ମା କୋହଲିଙ୍କ ସହିତ ଛୁଟି ମନାଉଛନ୍ତି । ବିରାଟ-ଅନୁଷ୍କା ମିଡିଆଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ସବୁବେଳେ ନିଜ-ନିଜ ସାମାଜିକ ଗଣମାଧ୍ୟମରେ ଖୋଲିଥିବା ଆକାଉଣ୍ଟ ଜରିଆରେ ସୁନ୍ଦର ସୁନ୍ଦର ଫଟୋ ସେୟାର କରିଥାନ୍ତି । ନିକଟରେ ବିରାଟ-ଅନୁଷ୍କା ଏକ ସୁନ୍ଦର ଫଟୋ ସେୟାର କରିଥିଲେ, ଯାହାକି ସମସ୍ତଙ୍କର ମନ ଜିଣିଥିଲା । 

ଅନୁଷ୍କା ଶର୍ମା ଏହି ଛୁଟି ବିତାଇବା ସମୟରେ ଏକ ଭଲ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । ଅନୁଷ୍କା ଝିଅକୁ ବୁଲାଇବା ପାଇଁ ଏକ ସାଇକେଲ ଭଡାରେ ଆଣିଛନ୍ତି ଓ ଝିଅର ମୁହଁକୁ ଲୁଚାଇବା ପାଇଁ ସାଇକେଲର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଅନୁଷ୍କା ଏହି ସାଇକେଲକୁ ଭଡାରେ ନେଇଥିଲେ । କିନ୍ତୁ ସାଇକେଲର ପଛରେ ଭାମିକା ଉଲ୍ଲେଖ ରହିଛି । 

ଅନୁଷ୍କା ଶର୍ମାଙ୍କ ଦ୍ୱାରା ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋ ଭାଇରାଲ ହେଉଛି । ଏହି ଫଟୋ ପ୍ରଶଂସକଙ୍କ ନଜରକୁ ଆସିବା ପରେ ଛୁଟି ସମୟର ଅନ୍ୟ ଫଟୋ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ସୂଚନାଯୋଗ୍ୟ, ଅନୁଷ୍କା ଶର୍ମା ଖୁବ ଶୀଘ୍ର ଚଳଚ୍ଚିତ୍ର ‘ଚକଡ଼ା ଏକ୍ସପ୍ରେସ୍‌’ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ଝୁଲନ ଗୋସ୍ୱାମୀଙ୍କ ବାୟୋପିକ । ଝୁଲନ ହେଉଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟିକା । ୨୦୨୨ ଜାନୁଆରୀରେ ଅନୁଷ୍କା ଏହି ଫିଲ୍ମର ଟୀଜର ସେୟାର କରିଥିଲେ । ଏହି ଫିଲ୍ମ ୨୦୨୩ ଫେବ୍ରୁଆରୀ ୨ରେ ରିଲିଜ ହେବ । 

 

  • Tags:

Subscribe

National International State Sports Entertainment