ଯୋଗୀ ସରକାରଙ୍କୁ ପ୍ରଶଂସା କଲେ ଅଭିନେତା ଗୋବିନ୍ଦା, କହିଲେ- ବିକାଶ କରୁଛି ଉତ୍ତରପ୍ରଦେଶ
Khabar Odisha:Entertainment-Bollywood-actor-Govinda-praises-CM-Yogi-adityanath-in-Barabanki

ବାରବାଙ୍କୀ, ମେ ୦୯ (ଖବର ଓଡ଼ିଶା): ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ରବିବାର ଉତ୍ତର ପ୍ରଦେଶର ବାରବାଙ୍କୀ ଗସ୍ତ କରିଥିଲେ । ଏଠାରେ ସେ ଏକ ଘରୋଇ ପ୍ଲାଷ୍ଟିକ୍ କାରଖାନାର ଉଦ୍‌ଘାଟନ ପାଇଁ ପହଞ୍ଚି ଥିଲେ । ଯୋଗୀ ସରକାରଙ୍କୁ ପ୍ରଶଂସାରେ ପୋତିଦେଇଥିଲେ । ଗୋବିନ୍ଦା କହିଥିଲେ ଯେ, ଆଜି ଉତ୍ତର ପ୍ରଦେଶର ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହୋଇପାରିଛି । ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି । 

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟକଳାପରେ ଖୁସିଥିବା ଅଭିନେତା ଗୋବିନ୍ଦା ଏକଦା କଂଗ୍ରେସରୁ ସାଂସଦ ଥିଲେ । ଏବେ କିନ୍ତୁ ସେ ସକ୍ରିୟ ରାଜନୀତି ଠାରୁ ଦୂରରେ ଅଛନ୍ତି । ଗୋବିନ୍ଦା କହିଛନ୍ତି ଯେ, ଆଜି ଧର୍ମ, ଜ୍ଞାନ, ବିଜ୍ଞାନ, ବ୍ୟବସାୟ, ଫିଲ୍ମ ଶିଳ୍ପ ଆଦି କ୍ଷେତ୍ରରେ ଉତ୍ତର ପ୍ରଦେଶ ସରକାର ବହୁତ ଆଗକୁ ଯାଇସାରିଛି । ଗୋବିନ୍ଦା ଉତ୍ତର ପ୍ରଦେଶରେ ଫିଲ୍ମ ସିଟିକୁ ନେଇ ଯୋଗୀ ସରକାରଙ୍କୁ ବହୁତ ପ୍ରଶଂସା କରିଛନ୍ତି । 

ଅଭିନେତା ଗୋବିନ୍ଦା କହିଛନ୍ତି ଯେ, ଉତ୍ତର ପ୍ରଦେଶର ପରିସ୍ଥିତି ପୂର୍ବ ତୁଳନାରେ ବହୁତ ଭଲ । ଯୋଗୀ ସରକାର ବିଶେଷ କରି ଫିଲ୍ମ ଶିଳ୍ପ ପାଇଁ ବହୁତ ଭଲ କାମ କରିଛନ୍ତି । ଅନ୍ୟ ରାଜ୍ୟ ତୁଳାନରେ ଉତ୍ତରପ୍ରଦେଶର ସ୍ଥିତି ବହୁତ ଭଲରେ ଅଛି । ସରକାର ଫିଲ୍ମ ଶିଳ୍ପ ପାଇଁ ମଧ୍ୟ କାମ କରୁଛନ୍ତି । ପ୍ଲାଷ୍ଟିକ କାରଖାନା ଉଦ୍‌ଘାଟନ କରି ଗୋବିନ୍ଦା କହିଛନ୍ତି ଯେ, ଏଠାରେ ଯୁବବର୍ଗଙ୍କୁ ରୋଜଗାର ମିଳିବ । 

 

  • Tags:

Subscribe

National International State Sports Entertainment