ବିଗ ବସ-୧୩: ସିଦ୍ଧାର୍ଥ ଶୁକ୍ଲାଙ୍କୁ ମିଳିଲା ବିଜୟ ମୁକୁଟ, ଅସିନ ରିୟାଜ ଦ୍ୱିତୀୟ ବିଜେତା
Khabar Odisha:Entertainment-Bigg-Boss-13-grand-finale-Sidharth-Shukla-wins-the-show-Asim-Riaz-bags-second-spot

ନୂଆଦିଲ୍ଲୀ, ଫେବୃଆରୀ ୧୬ (ଖବର ଓଡ଼ିଶା): ବିଗ ବସ-୧୩ ଫିନାଲେର ବିଜେତା ଘୋଷଣା ହୋଇଛି । ଶନିବାର ବିଳମ୍ବିତ ରାତି ଏହି ଘୋଷଣା ହୋଇଛି । ସିଦ୍ଧାର୍ଥ ଶୁକ୍ଲାଙ୍କୁ ଶୋ’ର ବିଜେତା ଘୋଷଣା କରାଯାଇଛି । ଶୋ’ ଆରମ୍ଭରୁ ଯାହା କଳ୍ପନା ଜଳ୍ପନା କରାଯାଉଥିଲା, ତାହା ହିଁ ହୋଇଛି । ଯେତେବେଳେ ବିଜେତା ଘୋଷଣା କରାଯାଇଥିଲା, ସିଦ୍ଧାର୍ଥଙ୍କ ନାମକୁ ଦର୍ଶକମାନେ ଅଧିକ ଅପେକ୍ଷା କରିଥିଲେ । ସିଦ୍ଧାର୍ଥଙ୍କୁ ପୁରସ୍କାର ସ୍ୱରୂପ ୫୦ ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି ।

ବିଗ ବସ-୧୩ ରୋମାଞ୍ଚକର ଥିଲା । ଆରତୀ ସିଂହ, ରଶ୍ମି ଦେସାଇଙ୍କ ପରେ ଶହନାଜ ଗିଲ ମଧ୍ୟ ଶୋ’ରୁ ବାହାରି ଯାଇଥିଲେ । ପ୍ରଥମେ ଆରତୀ ସିଂହ ଶୋ’ରୁ ବାହାରିଥିବା ବେଳେ ପରେ ରଶ୍ମିଙ୍କୁ ଏହି ଶୋ’ରୁ ବାହାରିବାକୁ ପଡ଼ିଥିଲା । ଏହା ପରେ କେବଳ ୨ ଜଣ ପ୍ରତିନ୍ଦ୍ୱନ୍ଦୀ ରହିଥିଲେ । ଶେଷରେ ସିଦ୍ଧାର୍ଥ ଶୁକ୍ଲା ଓ ଅସିନ ରିଆଜଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । 

ସିଦ୍ଧାର୍ଥ ଶୁକ୍ଲା ଟିଭି ଦୁନିଆରେ ଜଣେ ଜଣାଶୁଣା ନାମ । ବିଗ ବସ ବିଜୟୀ ହେବା ପରେ ସେ ଅଧିକ ପ୍ରସିଦ୍ଧ ହୋଇଯାଇଛନ୍ତି । ଘର ବାହାରେ ସିଦ୍ଧାର୍ଥଙ୍କ ସମର୍ଥକମାନେ ଉତ୍ସବ ପାଳନ କରିଛନ୍ତି । ଶୋ’ ସମୟରେ ତାଙ୍କର ମହିଳା ବାନ୍ଧବୀ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବିଗ ବସ ଘର ଭିତରେ ଉପସ୍ଥିତ ପ୍ରତିଯୋଗୀ ଶେଫାଳୀ ଜରିୱାଲା, ଆରତୀ ସିଂହ ଓ ରଶ୍ମିଙ୍କ ସହ ସଂପର୍କ ଥିବା ସମସ୍ତଙ୍କୁ ଚକିତ କରି ଦେଇଛି । 

 

  • Tags:

Subscribe

National International State Sports Entertainment