ବକ୍ସ ଅଫିସରେ “ଜବରିୟା ଯୋଡ଼ି”ର ଧମାଲ, ଜାଣନ୍ତୁ ଦ୍ୱିତୀୟ ଦିନର ଆୟ
Khabar Odisha:Entertainment--bollywood-odisha-jabariya-jodi-second-day-box-office-collection-siddharth-malhotra-parineeti-chopra-tmov
ମୁମ୍ବାଇ, ଅଗଷ୍ଟ ୧୧(ଖବର ଓଡ଼ିଶା):

ପରିଣିତି ଚୋପ୍ରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ରୋମାଞ୍ଚକର ସିନେମା “ଜବରିୟା ଯୋଡ଼ି” ରିଲିଜ ହୋଇ ତୃତୀୟ ଦିନରେ ପହଂଚିଛି । ବିହାରର ପୃଷ୍ଟଭୂମି ଉପରେ ଆଧାରିତ ଏହି ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ବକ୍ସ ଅଫିସରେ ଭଲ ଆୟ କରିଛି ।

“ଜବରିୟା ଯୋଡି” ଫିଲ୍ମରେ ଜବରଦସ୍ତ କମେଡ଼ି ସାଙ୍ଗକୁ ସାମାଜିକ ପ୍ରସଙ୍ଗ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଏହି ଫିଲ୍ମ ଓପନିଙ୍ଗରେ ୩.୧୫କୋଟି କଲେକ୍ସନ କରିଥିବା ବେଳେ ଦ୍ୱିତୀୟ ଦିନରେ ବକ୍ସ ଅଫିସରେ ୪କୋଟି ଟଙ୍କା ଆୟ କରିଛି । ବକ୍ସ ଅଫିସରେ ଦୁଇ ଦିନରେ ମୋଟ ୭.୧୫କୋଟି ଆୟ କରିବାରେ ସଫଳ ହୋଇଛି ଏହି ଫିଲ୍ମ ଜବରିୟା ଯୋଡି ।

 ଏହି ସିନେମା ପ୍ରଥମ ଦିନ ଅପେକ୍ଷା ଶନିବାର ଦିନ ଆୟରେ ୩୫-୪୦ ପ୍ରତିଶତ ଗ୍ରୋଥ ହୋଇଛି  । ରବିବାର ଛୁଟି ଓ ସୋମବାର ଦିନ ଇଦ ଛୁଟି ଥିବାରୁ ଏହି ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ଫିଲ୍ମର ଷ୍ଟୋରୀକୁ ଦେଖିବାକୁ ଗଲେ ଅଭିନେତା ଓ ଅଭିନେତ୍ରୀଙ୍କ ଅଭିନୟ ଆକର୍ଷଣୀୟ ନଥିବା କିଛି ଦର୍ଶକଙ୍କ ମତାମତ ମଧ୍ୟ ମିଳିଛି । ଏହି ଫିଲ୍ମରେ ପରିଣିତି ଚୋପ୍ରା ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସଂଜୟ ମିଶ୍ରା, ଜାବେଦ ଜାଫରୀ , ଅପଶକ୍ତି ଖୁରାନା ଓ ଚନ୍ଦନ ରାୟ ମୁଖ୍ୟ ଭୂମିକାରେ ରହିଛନ୍ତି ।

  • Tags:

Subscribe

National International State Sports Entertainment