ରିଲିଜ ହେଲା ଫିଲ୍ମ “ତାନାଜୀ”ର ଟ୍ରେଲର, ମୋଗଲ ଉପରେ ମରାଠାର ସର୍ଜିକାଲ ଷ୍ଟ୍ରାଇକ କାହାଣୀ
Khabar Odisha:Entertainment--bollywood-odisha-film-tanhaji-the-unsung-warrior-trailer-review-ajay-devgan-saif-ali-khan-kajol
ମୁମ୍ବାଇ, ନଭେମ୍ବର ୧୯(ଖବର ଓଡ଼ିଶା):

ପୁଣି ଏକ ଦମଦାର ଫିଲ୍ମକୁ ନେଇ ପରଦାକୁ ଫେରୁଛନ୍ତି ବଲିଉଡ଼ ଅଭିନେତା ଅଜୟ ଦେବଗାନ । ପିରିଅଡିକ ଡ୍ରାମା ଫିଲ୍ମ “ତାନାଜୀ” ଅଜୟ ଦେବଗାନଙ୍କ ୧୦୦ତମ ଫିଲ୍ମ । ଅଜୟ ଦେବଗାନ, ସେଫ ଅଲ୍ଲୀ ଖାନ ଓ କାଜଲଙ୍କ ଷ୍ଟାରର ବହୁ ପ୍ରତୀକ୍ଷିତ ଫିଲ୍ମ “ତାନାଜୀ”ର ଟ୍ରେଲର ଆଜି ରିଲିଜ ହୋଇଛି । 

ଫିଲ୍ମ “ତାନାଜୀ”ର ଫିଲ୍ମଟିର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମ “ତାନାଜୀ”ର ଟ୍ରେଲର ଦର୍ଶକଙ୍କ ଗହଣରେ ବେଶ ଆଦୃତ ହୋଇଛି । ସୋସିଆଲ ମିଡ଼ିଆ ୟୁଜର୍ସ ଫିଲ୍ମ “ତାନାଜୀ” ଟ୍ରେଲରର ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । କିପରି ମୋଗଲ ଉପରେ ମରାଠା  ଏହି ଫିଲ୍ମ “ତାନାଜୀ”ର ଟ୍ରେଲରରେ ଦେଖାଯାଉଛି । ଏହି ଯୁଦ୍ଧର ଦାୟିତ୍ୱ ଛତ୍ରପତି ଶିବାଜୀ ଶୁବେଦାର ତାନାଜୀ ମାଲୁସରେଙ୍କୁ ଦେଉଛନ୍ତି । ମୋଗଲ ଓ ମରାଠା ମଧ୍ୟରେ ତାନାଜୀ କିପରି ସର୍ଜିକାଲ ଷ୍ଟାଇକ କରି ମୋଗଲ ସାମ୍ରାଜ୍ୟକୁ ଦୋହଲେଇ ଦେଇଥିଲେ ତାହା ଏହି ଫିଲ୍ମର ଦମଦାର କାହାଣୀ ରହିଛି । ଏହି ଫିଲ୍ମଟି ୨୦୨୦ ମସିହା ଜାନୁଆରୀ ୧୦ରେ ରିଲିଜ ହେବାକୁ ଯାଉଛି ।

  • Tags:

Subscribe

National International State Sports Entertainment