RRRଫିଲ୍ମର ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲି କିଣିଲେ ନୂଆ ଭୋଲଭୋ ଏକ୍ସସି୪୦ ଏସୟୁଭି
Khabar Odisha:Director-SS-Rajamouli-buys-new-Volvo-XC40-SUV
ନୂଆଦିଲ୍ଲୀ ,ଏପ୍ରିଲ 23(ଖବର ଓଡ଼ିଶା)

ବାହୁବଳୀ ଫିଲ୍ମ ପରି ବ୍ଲକବଷ୍ଟର୍ ଫିଲ୍ମ ପାଇଁ ଜଣାଶୁଣା ତଥା ନିକଟରେ ‘ଆରଆରଆର’ ରିଲିଜ୍ କରିଥିବା ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲି ତାଙ୍କର ଏକ ନୂଆ କାର୍ କିଣିଛନ୍ତି ।

ସଫଳ ଚଳଚ୍ଚିତ୍ର ନିର୍ଦ୍ଦେଶକ ନିଜ ପାଇଁ ଏକ ନୂଆ ଭୋଲଭୋ ଏକ୍ସସି୪୦ ଏସୟୁଭି କିଣିଛନ୍ତି ।ଏନେଇ ଭୋଲଭୋ କମ୍ପାନୀ ତାର ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ପୋଷ୍ଟ କରିଛି ।

ଏସ.ଏସ୍ ରାଜମୌଲି କିଣିଥିବା ଏହି ଏସୟୁଭି ଫ୍ୟୁଜନ୍ ଲାଲ ରଙ୍ଗର ହୋଇଥିବାବେଳେ କାରର ଉପର ଭାଗ କଳା ରଙ୍ଗର ଅଟେ । ଯାହର ମୂଲ୍ୟ ହେଉଛି ୪୪.୫୦ ଲକ୍ଷ ଟଙ୍କା ।

ଭୋଲଭୋ ଏକ୍ସସି୪୦ ଏସୟୁଭି ଏକ ସ୍ୱୟଂଚାଳିତ ଟ୍ରାନ୍ସମିସନ ସହିତ ୧୯୬୯ସିସି ୪ ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ଦ୍ୱାରା ଚାଳିତ । ଭୋଲଭୋ ଏକ୍ସସି୪୦ ର ସର୍ବାଧିକ ଟର୍କ ୩୦୦ଏନଏମ୍ ହୋଇଥିବାବେଳେ ସର୍ବାଧିକ ଶକ୍ତି ୧୮୭.୪ ବିଏଚ୍‌ପି ଅଟେ ।

ଭୋଲଭୋ ଏକ୍ସସି୪୦ ର ଲମ୍ବ ୪୪୨୫ ମିମି, ପ୍ରସ୍ଥ ୨୦୩୪ ମିମି ଏବଂ ଏହାର ହ୍ୱିଲ୍ ବେସ୍ ୨୭୦୨ ମିମି । ଭୋଲଭୋ ଏକ୍ସସି୪୦ ୨୧୧ ମିମିର ଗ୍ରାଉଣ୍ଡ କ୍ଲିୟରାନ୍ସ ପାଇଥାଏ ।

ଏସୟୁଭିର ବସିବା କ୍ଷମତା ୫ ଜଣ ହୋଇଥିବାବେଳେ ବୁଟ ସ୍ପେସ୍ ୪୬୦ ଲିଟର ଅଟେ । ଭୋଲଭୋ ଏକ୍ସସି୪୦ ର ଶୀର୍ଷ ବେଗ ୧୮୦ କିଲୋମିଟର ଥିବାବେଳେ ଟ୍ୟାଙ୍କର କ୍ଷମତା ୫୪ ଲିଟର ।

  • Tags:

Subscribe

National International State Sports Entertainment