ରିଲିଜ ହେଲା ଧୁରନ୍ଧର-୨ର ଟିଜର। ସୋସିଆଲ ମିଡିଆରେ ନିଜ ସିନେମାର ଟିଜର ରିଲିଜ କଲେ ରଣବୀର ସିଂ। ଟିଜର ରିଲିଜ୍ ହେବା ପରଠାରୁ ପ୍ରଶଂସକମନରେ ଯେଉଁ ଉତ୍ସାହ ଥିଲା ତାହା କମିଯାଇଛି। ସୋସିଆଲ ମିଡିଆରେ କିଛି ଦର୍ଶକ ଏହାକୁ ପସନ୍ଦ କରୁଥିବା ବେଳେ ଅନ୍ୟ କିଛି ଦର୍ଶକ ଏହି ଟିଜର କୁ ନା ପସନ୍ଦ କରିଛନ୍ତି। ଲୋକଙ୍କ ଉତ୍ସାହ ଯେଉଁ ଭଳି ବଢିକି ରହିଥିଲା ତାହା ବେଶୀ ମାତ୍ରାରେ ପୂରଣ ହୋଇପାରିନଥିବା ଦେଖିବାକୁ ମିଳିଛି।
୨୦୨୫ରେ ମୁକ୍ତିଲାଭ କରିଥିବା "ଧୁରନ୍ଧର" ଭାରତୀୟ ସିନେମାର ଯେଉଁଭଳି ଭାବରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା। ଏପିଏଇକି ଏହି ଫିଲ୍ମଟି ଏହାର ଦମଦାର ରୋଜଗାର ସହିତ OTT ପ୍ଲାଟଫର୍ମ Netflixରେ ମଧ୍ୟ ଲଗାତର ଟ୍ରେଣ୍ଡ କରୁଥିଲା। ଯେତେବେଳେ ଧୁରନ୍ଧର-୨ ଆସିବା ନେଇ ଦର୍ଶକ ଜାଣିଲେ ସେତେବେଳ ଠାରୁ ସମସ୍ତଙ୍କ ମଧ୍ୟରେ ଏକ ଉତ୍ସାହ ଦେଖିବାକୁ ମିଳିଥିଲା। ସମସ୍ତେ ଟିଜର ଦେଖିବାକୁ ଚାତକ ପରି ଚାହିଁ ରହିଥିଲେ। ହେଲେ ଆଜି ଧୁରନ୍ଧର-୨ର ରିଲିଜ ହୋଇଛି ସତ କିନ୍ତୁ ଅଧିକାଂଶ ଦର୍ଶକ ଏହାକୁ ନାପସନ୍ଦ କରିଛନ୍ତି।
ତେବେ ପ୍ରଥମ ଫିଲ୍ମ ଭଳି ଦ୍ୱିତୀୟ ଫିଲ୍ମକୁ ବେଶୀ ଲୋକପ୍ରିୟତା ମିଳି ପାରିବ କି ନାହିଁ ତାହା ଏବେ ଚର୍ଚ୍ଚା ହେଉଛି। କାରଣ ରିଲିଜ ହୋଇଥିବା ଟିଜରରେ ଲୋକଙ୍କ ମନକୁ ଏତେଟା ଛୁଇଁ ପାରିନାହିଁ। ଏପରିକି ଲୋକମାନେ ରଣବୀର ସିଂଙ୍କ ଦମଦାର୍ ଲୁକକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ମତାମତ ଦେଉଛନ୍ତି। କିଛି ଦର୍ଶକ ଏପରି ମଧ୍ୟ କହିଛନ୍ତି ଯେ ଧୁରନ୍ଧର-୨ରେ ସେମାନେ ଯାହା ଦେଖିବାକୁ ଚାଁହୁଥିଲେ ତାହା ଦେଖିବାକୁ ପାଇଲେ ନାହିଁ।