ହୃଦଘାତର ଶିକାର ହେଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନା ନୂଆଦିଲ୍ଲୀ, ଅଗଷ୍ଟ ୧୦(ଖବର ଓଡିଶା): Share story: ହୃଦଘାତର ଶିକାର ହେଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ହଠାତ ତାଙ୍କର ହୃଦଘାତ ହୋଇଥିଲା । ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କ ଭାଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ରାଜୁ ଶ୍ରୀବାସ୍ତବ ଜମରେ ବ୍ୟାୟାମ କରୁଥିଲେ । ଟ୍ରେଡମିଲରେ ଦୌଡୁଥଇବା ବେଳେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଆଉ କିଛି ସମୟ ପରେ ତଳେ ପଡିଯାଇଥିଲେ । ସେଠାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ଚିକିତ୍ସା ପରେ ଏବେ ରାଜୁଙ୍କ ହୃଦ ସ୍ପନ୍ଦନ ଠିକ ରହିଛି । ଏହାସହିତ ସେ ସୁସ୍ଥ ଥିବା ଜଣାପଡିଛି । ଖବର ଓଡ଼ିଶା, Reporter, 10/08/2022