କୋଭିଡ କେୟାର ସେଣ୍ଟର ସ୍ଥାପନା ଲାଗି ୨ କୋଟି ଟଙ୍କା ଦାନ କଲେ ଅମିତାଭ ବଚ୍ଚନ
Khabar Odisha:Bollywood-superstar-Amitabh-Bachchan-has-contributed-2-crore-for-the-Covid-care-facility

ନୁଆଦିଲ୍ଲୀ, ମେ ୯(ଖବର ଓଡିଶା); ବଲିଉଡ୍ ସୁପରସ୍ଟାର ଅମିତାଭ ବଚ୍ଚନ ଦିଲ୍ଲୀରେ ରକବ ଗଞ୍ଜ ଗୁରୁଦ୍ୱାର ରେ ନିର୍ମାଣ କରାଯାଇଥିବା କୋଭିଡ କେୟାର ସେଣ୍ଟର ଲାଗି ୨ କୋଟି ଟଙ୍କା ଦାନ କରିଛନ୍ତି । ତେବେ ଏହି କୋଭିଡ କେୟାର ସେଣ୍ଟରଟି ଆସନ୍ତା କାଲି ଖୋଲିବ ବୋଲି ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ସଂଗଠନର ସଭାପତି ମଞ୍ଜିନ୍ଦର ସିଂ ସିର୍ସା କହିଛନ୍ତି । 

ଶିଖମାନେ ମହାନ, ସେମାନଙ୍କ ସେବାକୁ ସାଲ୍ୟୁଟ୍ ’ । ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସେଣ୍ଟରକୁ ୨ କୋଟି ଦେଇଥିବା ବେଳେ ଅମିତାଭ ବଚ୍ଚନଙ୍କ ଏହା କହିଥିଲେ ବୋଲି ଅକାଲୀ ଦଳ ଦଳର ଜାତୀୟ ମୁଖପାତ୍ର ଶ୍ରୀ ସିରସା କହିଛନ୍ତି । ସେ ଏ କଥା ମଧ୍ୟ କହିଛନ୍ତି ଯେ ବିଦେଶରୁ ସାହାଯ୍ୟ ରୁପରେ ଆସୁଥିବା ଅକ୍ସିଜେନ କନସନଟ୍ରେଟର ମଧୟ ଏଠାରେ ପହଁଚିବ ସେ ବ୍ୟବସ୍ତା ମଧୟ ସେ କରାଇବେ । 

ଦିଲ୍ଲୀ ଅମ୍ଳଜାନ ପାଇଁ ସଂଗ୍ରାମ କରୁଥିବାବେଳେ ଅମିତାଭ ଜୀ ମୋତେ ପ୍ରାୟ ପ୍ରତିଦିନ ଫୋନ୍ କରି ଏହି ସୁବିଧାର ଅଗ୍ରଗତି ବିଷୟରେ ପଚାରି ବୁଝୁଥିଲେ ବୋଲି ସେ କହିଛନ୍ତି । 

ରାକାବ ଗଞ୍ଜ ଗୁରୁଦ୍ୱାରରେ ଏହି କୋଡ଼ଭିଡ କେୟାର ସେଣ୍ଟର ସୋମବାର ଖୋଲୁଥିବା ବେଳେ ଏଥିରେ ୩୦୦ ଶଯ୍ୟା ସହିତ ଅମ୍ଳଜାନ କନସନଟ୍ରେଟର, ଡାକ୍ତର, ପାରାମେଡିକ୍ସ ଏବଂ ଆମ୍ବୁଲାନ୍ସ ରହିବ ।

  • Tags:

Subscribe

National International State Sports Entertainment