ଆଗାମୀ ୱେବ ସିରିଜ ଅଭୟ 2 ରେ ସାଇକୋ କିଲର ଭାବେ ନଜର ଆସିବେ ବଲିଉଡ ଅଭିନେତା ରାମ କପୁର
Khabar Odisha:Bollywood-actor-Ram-Kapoor-will-be-seen-as-a-psycho-killer-in-the-upcoming-web-series-Abhay-2
ମୁମ୍ୱାଇ, ଜୁନ ୨୦ (ଖବର ଓଡ଼ିଶା):

ଆଗାମୀ ୱେବ ସିରିଜ ଅଭୟ 2 ରେ ଜଣେ ସାଇକୋ କିଲର ଭାବେ ନଜର ଆସିବେ ବଲିଉଡ ଅଭିନେତା ରାମ କପୁର । ଏହି ନେଗେଟିଭ ରୋଲ ଟି ତାଙ୍କ ପାଇଁ ଗୋଟେ ବଡ ଏକ୍ସପ୍ରିଏନ୍ସ ବୋଲି ଏହି ଅଭିନେତା ଜଣକ ମତ ଦେଇଛନ୍ତି । ଏହା ସହ ତାଙ୍କର ଚରିତ୍ର କୌଣସି ନାମ ନାହିଁ ବୋଲି ମଧ୍ୟ କହିଛନ୍ତି । ରାମ କପୁର ତାଙ୍କର ଏହି ୱେବ ସିରିଜ ପାଇଁ ହୋଇଥିବା ଲୁକର ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ପୂର୍ବରୁ ଚଳଚିତ୍ର ଏବଂ ସିରିୟଲ ମାନଙ୍କରେ ରାମ ସବୁବେଳେ ପଜିଟିଭ ରୋଲ ପ୍ଲେ କରିଥାନ୍ତି । ତେବେ ଆଗାମୀ ଏହି ୱେବ ସିରିଜରେ ତାଙ୍କ ଫ୍ୟାନ ମାନେ ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବେ । ଏହି ସିରିଜରେ ବଲିଉଡ ଅଭିନେତା କୁନାଲ ଖେମୁ କ୍ରାଇମ ଏବଂ ଇନଭେଷ୍ଟିଗେସନ କରୁଥିବା ଏକ ଇନଭେଷ୍ଟିଙ୍ଗ ଅଫିସର ରୋଲରେ ନଜର ଆସିବେ ବୋଲି ଜଣାପଡିଛି ।

  • Tags:

Subscribe

National International State Sports Entertainment