ଡ୍ରଗ୍ସ କାରବାର ମାମଲା, ଦୀପିକା ପାଦୁକୋନ ସମେତ 6 ଜଣ ଅଭିନେତ୍ରୀଙ୍କୁ ସମନ, ଆଜି ଡିଜାଇନର ସିମୋନଙ୍କୁ ଜେରା
Khabar Odisha:Bollywood-Drug-Probe-Rakulpreet-Simone-Deepika-Ncb
ମୁମ୍ବାଇ, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା):

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ ଜଣାପଡିବା ପରେ ଗୁରୁବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅନେକ ବଡ଼ ତାରକାଙ୍କୁ ଜେରା ପାଇଁ ଡାକିପାରେ । ଡ୍ରଗ୍ସ ମାମଲାରେ ଜେଲରେ ଥିବା ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ବେଳେ ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ସମେତ ସାରା ଅଲି ଖାନ ଏବଂ ଶ୍ରଦ୍ଧା କପୁରଙ୍କ ନାମ ନେଇଥିଲେ।

ଆଜି ଏନସିବି ରକୁଲପ୍ରୀତ ସିଂ ଏବଂ ଫ୍ୟାଶନ ଡିଜାଇନର୍ ସିମୋନ ଖମ୍ବାଟାଙ୍କୁ ପଚରାଉଚରା ପାଇଁ ଡାକିଛନ୍ତି। ସିମୋନ ବ୍ୟୁରୋ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ରକୁଲପ୍ରୀତ ହାଜିର ହେବାକୁ ମନା କରି ଦେଇଛନ୍ତି। ରକୁଲପ୍ରୀତ ସିଂଙ୍କ ସମନ ଗ୍ରହଣ କରିବାକୁ ମନା କରିବାରୁ ଏନସିବି କହିଛି ଯେ ତାଙ୍କୁ ଗତକାଲି ଡକାଯାଇଥିଲା। ଆମେ ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ସେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ସେ ଏନସିବି ଡାକରାକୁ ମନା କରି ଦେଇଛନ୍ତି। ଆଜି ସେ ବ୍ୟୁରୋ କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଆସିବେ ନାହିଁ। ଏଥିସହିତ ଏନସିବି ସୂତ୍ରରୁ ପ୍ରକାଶ ଯେ ରକୁଲପ୍ରୀତ ବାହାନା କରୁଛନ୍ତି।

ବୁଧବାର ଦିନ 6 ଜଣ ଅଭିନେତ୍ରୀଙ୍କୁ ଡକାଯାଇଥିବା ବ୍ୟୁରୋ କହିଛି। ଆଗାମୀ ଦିନରେ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଏବଂ ସାରାଙ୍କୁ ମଧ୍ୟ ପ୍ରଶ୍ନ କରାଯିବ ।

ଅଭିନେତ୍ରୀ ରକୁଲପ୍ରୀତ ଏନସିବି ସମନ ଗ୍ରହଣ କରିଛନ୍ତି। ଶୁକ୍ରବାର ଯାଞ୍ଚରେ ସେ ସାମିଲ ହେବେ ବୋଲି ଏନସିବିଙ୍କୁ ସୂଚନା ଦେଇଛନ୍ତି। ବ୍ୟୁରୋ ଶୁକ୍ରବାର ଦିନ ଦୀପିକା ପାଦୁକୋନଙ୍କୁ ମଧ୍ୟ ପଚରାଉଚରା କରିବ।

ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନଙ୍କ ନାମ ପ୍ରକାଶ ପାଇବା ପରେ ବଲିଉଡରେ ଉତ୍ତେଜନା ଲାଗି ରହିଛି। ସୋସିଆଲ ମିଡିଆରେ ଲୋକମାନେ ଦୀପିକାଙ୍କୁ ତୀବ୍ର ଟ୍ରୋଲ କରୁଛନ୍ତି। 25 ସେପ୍ଟେମ୍ବରରେ ଏନସିବି ଦୀପିକାଙ୍କୁ ଜେରା ପାଇଁ ଡକାଇଛି। ଦୀପିକା ବର୍ତ୍ତମାନ ଗୋଆରେ ଅଛନ୍ତି ଏବଂ ଗୁରୁବାର ମୁମ୍ବାଇ ଫେରିପାରନ୍ତି।

ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଫ୍ୟାଶନ ଡିଜାଇନର୍ ସିମୋନ ଖମ୍ବାଟା ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କ ବ୍ୟତୀତ ରାକୁଲପ୍ରୀତ ସିଂଙ୍କୁ ମଧ୍ୟ ଆଜି ପଚରାଉଚରା କରାଯିବାର ଥିଲା । ଡ୍ରଗ୍ସ ମାମଲାରେ ଏନସିବି ମୁମ୍ବାଇର କିଛି ସ୍ଥାନରେ ଚଢାଉ କରିଛି।

  • Tags:

Subscribe

National International State Sports Entertainment