ବଲିଉଡ୍ ରେ କରୋନା କହର : ସୋନୁ ସୁଦ୍ ଙ୍କ ପରେ ଅର୍ଜୁନ ରାମପାଲ ବି କରୋନା ପଜିଟିଭ୍‌
Khabar Odisha:Bollywood-Actor-Arjun-Rampal-Tested-Corona-Positive

ମୁମ୍ବାଇ, ଏପ୍ରିଲ ୧୮ (ଖବର ଓଡ଼ିଶା): ପୁରା ଦେଶରେ କରୋନା ର ଦ୍ୱିତିୟ ଲହର ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ରଖିଥିବା ବେଳେ ବଲିଉଡ୍ ରେ ବି କରୋନା କହର ବଢି ଚାଲିଛି । ଗୋଟିଏ ପରେ ଗୋଟିଏ ଷ୍ଟାର କରୋନା କବଳରେ କବଳିତ ହେଉଛନ୍ତି । 

ଗତ କାଲି ବଲିଉଡ୍ ର ପପୁଲାର ଷ୍ଟାର ସୋନୁ ସୁଦ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାଙ୍କ ପରେ ପୁଣି ବଲିଉଡ୍ ରେ ଆଉ ଜଷର ଚର୍ଚ୍ଚିତ ଚେହେରା କରୋନା ଆକ୍ରାନ୍ତ ହୋଇଛନ୍ତି । 

ସୋନୁ ସୁଦ୍‌ଙ୍କ ପରେ ବଲିଉଡ୍ ବ୍ୟାଡ୍ ବଏ ଅର୍ଜୁନ ରାମପାଲ କରୋନା ପଜିଟିଭ୍ ହୋଇଛନ୍ତି । ଏହା ବାବଦରେ ନିଜେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ଅର୍ଜୁନ ରାମପାଲ । କେବଳ ଅର୍ଜୁନ ରାମପାଲ ନୁହନ୍ତି ଶନିବାର ଏକାସାଥିରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅର୍ଜୁନ ରାମପାଲଙ୍କ ପରେ ପରେ ନୀଲ ନିତିନ ମୁକେଶ ବି କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣା ପଡିଛି ।

ତେବେ ଅର୍ଜୁନ ରାମପାଲ କରୋନା ପଜିଟିଭ୍ ହେବା ପରେ ନିଜେ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି ଓ ନିଜ ଫ୍ୟାନ୍ସ ମାନଙ୍କୁ ମଧ୍ୟ ଚିନ୍ତା ନକରିବାକୁ କହିଛନ୍ତି । ଏଥିସହିତ ଗତ ୧୦ ଦିନ ମଧ୍ୟରେ ଯେଉଁମାନେ ବି ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ନିାଜ ନିଜକୁ ଆଇସୋଲେଟ୍ କରି ନିଅନ୍ତୁ ବୋଲି ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ଅର୍ଜୁନ ରାମପାଲ ।

  • Tags:

Subscribe

National International State Sports Entertainment