ନୂଆଦିଲ୍ଲୀ, ଜୁଲାଇ ୨୩ (ଖବର ଓଡ଼ିଶା): ଅପର୍ଣ୍ଣା ବାଳାମୁରଲୀଙ୍କୁ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିବ । ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସୁଧା କୋଙ୍ଗାରାଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘ସୋରାରଇ ପୋଟରୁ’ରେ ତାଙ୍କର ଦମଦାର ଅଭିନୟ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବ । ସେ ଯେତେବେଳେ ପ୍ରଥମ ଖବର ପାଇଲେ, ସେହି ସମୟରେ ପୋଲାଚୀରେ ଶୁଟିଂରେ ବ୍ୟସ୍ତ ଥିଲେ । ତାଙ୍କର ପ୍ରଥମ ପ୍ରତିକ୍ରିୟା ଏହା ଥିଲା ଯେ, ସେ ନିଜର ବିଜୟର ଆଶା କରୁଥିଲେ । ଅପର୍ଣ୍ଣା କହିଛନ୍ତି ଯେ, ଜାତୀୟ ଫିଲ୍ମ ପୁରସ୍କାର ମିଳିବ ବୋଲି କେବେ ଭାବି ନଥିଲି ।
ଅପର୍ଣ୍ଣା କହିଛନ୍ତି ଯେ, ମୁଁ ଚିନ୍ତିତ ଥିଲି ଯେ, କ’ଣ ଯାତ୍ରା ବର୍ବାଦ ହୋଇଯିବ । ଏହି ବିଶାଳ ପୁରସ୍କାରରେ ମୁଁ ଅଭିମୂତ ହୋଇଛି । ଏହି ପୁରସ୍କାର ପାଇଁ ଫିଲ୍ମ ନିର୍ଦ୍ଦେଶକ ସୁଧାଙ୍କୁ ଶ୍ରେୟ ଦେଉଛି । ସେ ସବୁବେଳେ ମୋତେ ସମର୍ଥନ ଦେଇଛନ୍ତି । ମୋ ପଛରେ ଥାଇ ଅଭିନୟକୁ ମଜବୁତ କରିଛନ୍ତି । ଅପର୍ଣ୍ଣା କହିଛନ୍ତି ଯେ, ଏହି ଫିଲ୍ମ କୋଭିଡ-୧୯ ସମୟରେ ରିଲିଜ ହୋଇଥିଲା । ତ୍ରିଶୁର ନିବାସୀ ୨୬ ବର୍ଷୀୟ ଅପର୍ଣ୍ଣା ୧୮ ବର୍ଷ ବୟସରେ ମଲାୟଲମ ଫିଲ୍ମ ‘ୟଥରା ଥୁଡାରୁନ୍ନୁ(୨୦୧୩)ରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୫ରେ ‘ଓରୁ ସେକେଣ୍ଡ କ୍ଲାସ ଯାତ୍ରା’ ରିଲିଜ ହୋଇଥିଲା । ସେ ୨୦୧୬ରେ ‘ମହେଶିନ୍ତେ ପ୍ରତିକାରମ’ରୁ ଲୋକପ୍ରିୟତା ଅର୍ଜନ କରିଥିଲେ ।