ସାଇ ଲୁମ୍ବିନୀ ପ୍ରଡ଼କସନ୍ସ ରେ ନିର୍ମିତ ସିନେମା "ଅପରେସନ୍ ୧୨/୧୭ର ଅଡିଓ ରିଲିଜ୍ ନିକଟରେ ରାଜଧାନୀର ୨ ନମ୍ବର ମାର୍କେଟ ବିଲଡିଂ ପରିସରରେ ରିଲିଜ କରାଯାଇଛି l ହୋଟେଲ ନ୍ୟୁ ମ୍ୟାରିଅନ୍ ରେ ଏହାର ଟ୍ରେଲର ରିଲିଜ୍ କରାଯାଇଛି l ଏହି ଅବସରରେ ପ୍ରଯୋଜକ ପ୍ରକାଶ ଶ୍ରୀଚନ୍ଦନ, ଅମୁଲ୍ୟ ଦାସ, ଅତୀଶ କୁମାର ରାଉତ, ସୋଆର ଡ଼ିନ୍ ଡକ୍ଟର ପି.କେ. ସାହୁ, ଡକ୍ଟର ପ୍ରକାଶ ବେତାଲା, ଉମାକାନ୍ତ ପାଣି, ପ୍ରଯୋଜକ ଶ୍ରୀଧର ମାର୍ଥା, ରମେଶ ବାରିକ ଙ୍କ ସହିତ ଲେଖକ ଦ୍ବିପାୟନ ପଟ୍ଟନାୟକ, ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ, ନାୟକ ଶ୍ରେୟାନ, ନାୟିକା ଭୂମିକା ଦାଶ, ତ୍ରିଷ୍ଣା, ସୁଜାତା, ସୋନାଲି, ଦୁଷ୍ମନ୍ତ, ଶିଶୁ କଳାକାର କିଆରା, କୋମଲ ଓ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ କରିଥିଲେ l
ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଶୁଂ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ର ଓଲିଉଡ଼ ପାଇଁ ଏକ ଭିନ୍ନ ମୋଡ଼ ସୃଷ୍ଟି କରିବ l ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଭୂମିକା ମୁଖ୍ୟ ନାୟିକା ଏବଂ ଶ୍ରେୟାନ୍ ନାୟକ ଭାବେ ନୂଆବର୍ଷ ରେ ଦର୍ଶକ ଙ୍କୁ ଭେଟି ଦେବେ l ଅନେକ ଧାରାବାହିକ ତଥା ଚଳଚ୍ଚିତ୍ର ରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଆସୁଥିବା ଅମର ମହାପାତ୍ର ଚଳଚ୍ଚିତ୍ର ଅପରେସନ୍ ୧୨/୧୭ରେ ଏକ ଭିନ୍ନ ଚରିତ୍ର ରେ ଅଭିନୟ କରିବା ସହ ଲାଇନ୍ ପ୍ରଡ୍ୟୁସର କର୍ଯ୍ୟଭାର ମଧ୍ୟ ସମ୍ଭାଳିଛନ୍ତି। ଆସନ୍ତା ଫେବୃଆରୀ ୮ ତାରିଖ ମହାଶିବରାତ୍ରି ଉପଲକ୍ଷେ ଶୁଭ ମୁକ୍ତିଲାଭ କରିବ l