ମୁମ୍ବାଇ : ସିନେ ତାରକାମାନଙ୍କ ପାଇଁ ଆସିଲା ଏକ ଦୁଖଦଃ ଖବର। ସବୁଦିନ ପାଇଁ ବିଦାୟ ନେଇଛନ୍ତି ଜଣେ ହାସ୍ୟ ଅଭିନେତା। ଆଉ ଦେଖିବାକୁ ମିଳିବନି ତାଙ୍କର କମେଡିର ଜଲବା । ଆଉ ନାହାନ୍ତି ଦିଗଜ୍ଜ ମରାଠୀ ଅଭିନେତା ତଥା ହାସ୍ୟ ଅଭିନେତା ଅତୁଲ ପରଚୁରେ । ୫୭ ବର୍ଷରେ ପ୍ରାଣ ହରାଇଛନ୍ତି ଅତୁଲ। ଏନେଇ ସୋସିଆଲ ମିଡିଆ Xରେ ଟ୍ବିଟ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ମରାଠୀ ସମେତ ହିନ୍ଦୀ ଫିଲ୍ମ, ସିରିୟଲରେ ଅଭିନୟ କରିଥିଲେ ଅତୁଲ। ମିଜର କମେଡି ମାଧ୍ୟମରେ ସବୁବେଳେ ଅନ୍ୟକୁ ହସାଉଥିବା ଅତୁଳ କେବଳ ସିରିୟଲ ନୁହେଁ ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି। ଶାହାକେବଳ ସିରିୟଲ ନୁହେଁ ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ଅତୁଲ ପରଚୁରେ । ଶାହାରୁଖ ଖାନଙ୍କ ଅଭିନିତ ବିଲୁ, ସଲମାନ ଖାନଙ୍କ ପାର୍ଟନର, ଅଜୟ ଦେବଗନଙ୍କ ଅଲ ଦ ବେଷ୍ଟରେ କାମ କରିଛନ୍ତି । କମେଡି ତଡକା ଲଗାଇ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଛନ୍ତି। ଏହା ବ୍ୟତୀତ କ୍ୟୁକି, ସଲାମେ-ଇକ୍ସ, କଲିୟୁଗ, ଫିର ଭି ଦିଲ ହେ ହିନ୍ଦୁସ୍ତାନୀ ଓ ଖିଚଡୀ ଭଳି ଫିଲ୍ମରେ ମଧ୍ୟ ଅଭିନୟର ଯାଦୁ ଦେଖାଇଛନ୍ତି ଅତୁଲ।କିନ୍ତୁ ସମସ୍ତଙ୍କୁ ହସାଉଥିବା ଅତୁଳଙ୍କ ଜୀବନକୁ ଘାରିଥିଲା କଳା ଅନ୍ଧାରର ବାଦଲ ଯେଉଁଥିରେ ସେ ଶିକାର ହୋଇଛନ୍ତି। ତେବେ ଦୀର୍ଘ ଦିନ ଧରି ସେ କ୍ୟାନସର ରୋଗରେ ପୀଡିତ ଥିଲେ। ପରେ ସେ କ୍ୟାନସରରୁ ଭଲ ମଧ୍ୟ ହୋଇଯାଇଥିଲେ। ସୁସ୍ଥ ହେବା ପରେ କାର୍ଯ୍ୟକୁ ଫେରିଥିଲେ। କିନ୍ତୁ ସୁସ୍ଥ ହେବ ପରେ ବି ଏହି ରୋଗ ତାଙ୍କର ପାଖ ଛାଡ଼ିନଥିଲା ଏବଂ ସେ ଏଥିରେ ମୃତ୍ୟୁ କରିଛନ୍ତି।